ତ୍ରିପୁରାରେ ଓଡ଼ିଆ BSF ଯବାନଙ୍କ ସହିଦ

ନୂଆଦିଲ୍ଲୀ,୧୭।୧୧:ତ୍ରିପୁରାରେ ସୀମାରେ ମୁତୟନ ହୋଇଥିବା ଜଣେ ଓଡ଼ିଆ ବିଏସ୍‌ଏଫ୍ ଯବାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ନାଁ ଈଶ୍ୱର ଦୋରା। ଈଶ୍ୱରଙ୍କ ମୃତ୍ୟୁ ନେଇ ତାଙ୍କ ବଡ଼ ଭାଇ କୈଳାସ ଦୋରା ସୂଚନା ଦେଇଛନ୍ତି।ଦେଶ ପାଇଁ ଲଢ଼େଇ କରି ପ୍ରାଣବଳୀ ଦେଇଛନ୍ତି ପୁଣି ଜଣେ ଓଡ଼ିଆ ଯବାନ । ତ୍ରିପୁରା ସୀମାରେ କାର୍ଯ୍ୟରତ ଓଡ଼ିଆ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଓଡ଼ିଆ ଯବାନ ଈଶ୍ୱର ଦୋରାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାରରେ କାନ୍ଦ ବୋବାଳିରେ ଫାଟୁ ପଡ଼ୁଛି ।ଈଶ୍ୱରଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗାଁରେ। ସେ ୨୦୦୯ ମସିହାରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ।  ଈଶ୍ୱର ବାଂଲାଦେଶକୁ ଲାଗିଥିବା ଲଙ୍କାମୁରାରେ ଥିବା ବିଏସଏଫର ସୀମା ଆଉଟପୋଷ୍ଟରେ ମୁତୟନ ହୋଇଥିଲେ। ଗତକାଲି ରାତିରେ ସେ ଡ୍ୟୁଟିକୁ ଯାଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଲଙ୍କାମୁରା ଲୁହା ପୋଲ ତଳୁ ଉଦ୍ଧାର ହୋଇଥିଲା।ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପ୍ରାଥମିକ ତଦନ୍ତରୁ ସେ ନାଳରେ ଖସି ପ୍ରାଣ ହରାଇଥିବା କୁହାଯାଉଛି। ଈଶ୍ୱରଙ୍କ ଦେହରେ କୌଣସି ଦାଗ ନ ଥିବା କୁହାଯାଉଛି। ତାଙ୍କ ମୃତଦେହ ପାଖରେ ତାଙ୍କ ରାଇଫଲ ପଡ଼ିଥିଲା। ଘଟଣାର ତଦନ୍ତ କରାଯାଉଛି। ଈଶ୍ୱରଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। ତାଙ୍କ ଗାଁରେ ଶୋକରଛାୟା ଖେଳିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!