ଭୁବନେଶ୍ୱର,୧୭।୧୧: ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ସୁରେଶ । ଏଥିସହିତ ସୁରେଶଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଯାଇଛି । ସେହିପରି ସିଏମଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ଆର. ବାଲକ୍ରିଷ୍ଣନଙ୍କୁ ମୁକ୍ତି ଦିଆଯାଇଛଛି । ଗତ ଫେବୃଆରୀ ମାସ ୨୮ରେ ମୁଖ୍ୟ ଶାସନ ସଚିବ ଭାବେ ସୁରେଶଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ତା’ପରେ ରାଜ୍ୟ ସରକାର ସୁରେଶଙ୍କୁ ଓଇଆରସିର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ୱ ଦେଇଥିଲେ । ତା’ ପୂର୍ବରୁ ସୁରେଶଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଛଅ ମାସ ପାଇଁ ଦୁଇ ଥର ବୃଦ୍ଧି କରିଥିଲେ । ତେବେ ଶ୍ରୀ ବାଲକ୍ରିଷ୍ଣନ ସ୍ପେଶାଲ ଇନିସିଏଟିଭ୍ ମୁଖ୍ୟ ପରାମର୍ଶଦାତା ଦାୟିତ୍ୱରେ ରହିବେ । ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିବା ଜଣାପଡ଼ିଛି । ଗତ ଫେବୃଆରୀ ମାସ ୨୮ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଶ୍ରୀ ମହାପାତ୍ର ଅବସର ନେଇଥିଲେ । ତାଙ୍କ ସ୍ଥାନରେ ପ୍ରଦୀପ ଜେନା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇଥିଲେ । ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ଶ୍ରୀ ମହାପାତ୍ର ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |