କେନ୍ଦ୍ରାପଡ଼ା,,୧୮।୧୧:ମଧ୍ୟ ଆଫ୍ରିକାର ଗବୋନରେ ଫସିରହିଥିବା ୨୧ ଜଣ ଶ୍ରମିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ସଂପୃକ୍ତ ଶ୍ରମିକ ମାନେ ଯେଭଳି ସୁରକ୍ଷିତ ଫେରିବେ, ସେଥିପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବୈଜୟନ୍ତ। ଏହି ୨୧ ଜଣଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ୧୧ ଜଣ, ଭଦ୍ରକର ୨ ଏବଂ ଢେଙ୍କାନାଳର ଜଣେ। ଅନ୍ୟ ୬ ଜଣ ହେଉଛନ୍ତି ପଶ୍ଚିମବଙ୍ଗ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ବିହାରର। ଅଧିକ ରୋଜଗାର ତଥା ମାସିକ ୫୦ ହଜାର ଟଙ୍କା ଦରମା ଆଶାରେ ଏମାନେ ଏଜେଣ୍ଟଙ୍କ ଜରିଆରେ ଗବୋନକୁ ଯାଇଥିଲେ।ସେଠାରେ ଶାରିରୀକ ଏବଂ ମାନସିକ ନିର୍ଯାତନାର ଶୀକାର ହେଉଥିବା ଅଭିଯୋଗ ଆଣିଥିଲେ ସଂପୃକ୍ତ ଶ୍ରମିକ ମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |