କେନ୍ଦ୍ରାପଡା ,୧୮।୧୧ :କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ କୁମ୍ଭୀର ଆକ୍ରମଣ ଥମିବାର ନାଁ ଧରୁନାହିଁ । । କିଛିଦିନ ବ୍ୟବଧାନ ପରେ ଏବେ ପୁଣି ପଟ୍ଟାମୁଣ୍ଡାଇରେ ମାତିଛି କୁମ୍ଭୀର ।ଆଜି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଗାଧୋଇବା ବେଳେ କୁମ୍ଭୀର ନଦୀକୁ ଟାଣି ନେଇଥିବା ସନ୍ଦେହ କରାଯାଉଛି । ନିଖୋଜ ଯୁବକଙ୍କ ଘର ଅଣ୍ଡିରା ଗ୍ରାମରେ ବୋଲି ଜଣାପଡିଛି । ନଦୀ କୂଳରୁ ଯୁବକଙ୍କ ବାଇକ୍ ଓ ଚପଲ ମିଳିଛି । ଏବେ ନିଖୋଜ ଯୁବକଙ୍କୁ ନଦୀରେ ଠାବ କରିବାକୁ ଖୋଜାଖୋଜି ଆରମ୍ଭ ହୋଇଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |