ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର :୧୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ

ପୁରୀ, ୧୮।୧୧:ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ବିଶ୍ୱବିଦ୍ୟାଳୟ ୮ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନରେ ପରିଣତ ହେବ ।ପୁରୀ ସଦାଶିବ ସଂସ୍ଖୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୧୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତାଳବଣିଆ ଠାରେ ୧୦ ଏକର ଜମିରେ ନିର୍ମାଣ ହେବ ଏହି ସମସ୍ତ କୋଠା । ବିଶ୍ୱବିଦ୍ୟାଳୟ ସଂଲଗ୍ନ ୫ ମହଲା ବିଶିଷ୍ଟ ମହିଳା ଛାତ୍ରାବାସ ଓ ପୁରୁଷ ଛାତ୍ରାବାସର ମଧ୍ୟ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପୁରୀ ସଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର। ୧୦୦କୋଟିର ପ୍ରକଳ୍ପ ଶିଳନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।କେନ୍ଦ୍ର ସରକାର ସମସ୍ତ ଟଙ୍କା ମଞ୍ଜୁର କରିବା ସହ ପ୍ରଶାସନ ଦେଇଥିବା ଜାଗାକୁ ଅନୁଧ୍ୟାନ କରିଛନ୍ତି। ସେଥିରେ ୮ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ,୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତାସମ୍ପନ୍ନ ମହିଳା ଛାତ୍ରାବାସ ଓ ୩୦୦ ଜଣ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ ସହ ୫ ମହଲା ବିଶିଷ୍ଟ ଅତିଥି ଭବନର ଶିଳାନ୍ୟାସ ଉତ୍ସବ ହୋଇଛି।ଜାତି ପ୍ରଥାରୁ ଉର୍ଦ୍ଧ୍ୱରୁ ଉଠି ଏକ ସୁସ୍ଥ ସବଳ ସମାଜ ଗଠନ ପାଇଁ ସେମିନାରରେ ଆଲୋଚନା ହେବ। ଭକ୍ତି, ଆରାଧନା,ଉପାସନା ଓ ପ୍ରାର୍ଥନା ମାଧ୍ୟମରେ ସମାଜରେ ଶୃଙ୍ଖଳା କିପରି ଆସିପାରିବ ସେନେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ନାରୀ ସଶକ୍ତିକରଣ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳର ମଙ୍ଗଳ ଆଳତି ଦର୍ଶନ କରି ସାରିବାପରେ ଏହି ଗସ୍ତରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଭାଗନେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!