ସୁନ୍ଦରଗଡ,୧୯।୧୧: 20 ଫୁଟ ପୋଲ ତଳକୁ ଖସିଲା କାର୍ । ଏଥିରେ ଦୁଇ ଜଣ ଗୁରୁତର ଓ ଜଣେ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣାଇର ମହୁଲପଦା ଥାନା ଫୁଲଝର ନଗରିଆ ପୋଲ ତଳକୁ ପ୍ରାୟ 20 ଫୁଟ ତଳକୁ କାର୍ ଖସିଛି । କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ପାଣି ଭିତରକୁ ଖସିପଡିଥିଲା । କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଡ୍ରାଇଭର ଓମକାର ବେହେରା ଗୁରୁତର ହୋଇଥିବା ବେଳେ, କାର୍ରେ ଥିବା ଯଦୁମଣି ମହାକୁଡ଼ ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |