୨୨ରେ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୦।୧୧: ୨୨ରେ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ|ସରିଲା କଟକ ଘରୋଇ ବସ୍ ମାଲିକ ସଂଘ ବୈଠକ। ଏହି ବୈଠକରେ ଆସନ୍ତା ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରାଯାଇଛି। ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି।କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବୁଧବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଲକ୍ଷ୍ମୀ ବସ୍‌ ଚଳାଚଳ କ୍ଷେତ୍ରରେ ଘରୋଇ ପରିବହନ ପ୍ରତି ବୈମାତୃକଭାବ ପୋଷଣ କରାଯାଇଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଅଭିଯୋଗ କରାଯାଇଛି ଯେ ମୋ ବସ ଚଳାଚଳ କ୍ଷେତ୍ରରେ କୌଣସି ନୀତି ନିୟମ କାର୍ଯ୍ୟକାରୀ ହେଉନାହିଁ। କେବଳ ସହରାଞ୍ଚଳରେ ଚାଲିବାକୁ ଥିବାରୁ ତାହା ଅନ୍ୟାନ୍ୟ ରୁଟ୍‌ରେ ଚଳାଚଳ କରିବାରୁ ଘରୋଇ ସଂସ୍ଥା ଗୁଡିକ ଅନେକ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି। ତେଣୁ ଲକ୍ଷ୍ମୀ ଯୋଜନାରେ ବ୍ଲକ୍‌ରୁ ଜିଲ୍ଲା ସଦର ମହକୁମାକୁ ବସ୍‌ ଚଳାଚଳ ନ କରିବା, ଯେଉଁ ବ୍ଲକ୍‌ ମହକୁମାରୁ ସହରାଞ୍ଚଳରେ ଥିବା ଏନ୍‌ଏସି ପରିସୀମା ମଧ୍ୟରେ ଥିବା ଏବଂ ସେହି ରୁଟ୍‌ରେ ଘରୋଇ ବସ୍‌ ଚାଲୁଥିବ ତାହା କ୍ଷତିର ଭରଣ କରାଯାଉ, ଯାତ୍ରୀ ଭଡ଼ା ସମସ୍ତ ବର୍ଗର ଯାତ୍ରୀମାନଙ୍କ ପାଇଁ ସମାନ କରାଯାଉ, ଏଥିରେ ଲକ୍ଷ୍ମୀ ବସ୍‌ ବା ଘରୋଇ ବସ ମଧ୍ୟରେ ତାରତମ୍ୟ ନ କରାଯାଉ, ଯାତ୍ରୀ ମାନଙ୍କୁ ରିହାତି କୁପନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉ, କ୍ଷତିଗ୍ରସ୍ତ ହେଉଥିବା ବସ୍‌ ମାଲିକମାନଙ୍କୁ ଅତିରିକ୍ତ ଏମ୍‌ଭି ଟ୍ୟାକ୍ସ ଛାଡ଼ କରାଯାଉ ବୋଲି ଦାବି ରଖିଥିଲେ। ଏହି ଦାବି ନେଇ ଆସନ୍ତା ୨୨ ତାରିଖରେ ରାଜଧାନୀରେ ଏକ ବିଶାଳ ସମାବେଶ କରାଯାଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। କୌଣସି ରାଜନୈତିକ ଦଳକୁ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଘରୋଇ ବସ ଯୋଗାଇ ଦିଆଯିବ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!