ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ

ଭୁବନେଶ୍ୱର,୨୦\୧୧ :ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେବ ନାମାଙ୍କନ ଦାଖଲ। ଆସନ୍ତାକାଲି ନିର୍ବାଚନ ହେବ। ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ|  ବିଧାନସଭା ଶୀତକାଳୀନ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ତେବେ ୩ ଦଳ ସେମାନଙ୍କ ବିଧାୟକ ଦଳ ବୈଠକରେ କେଉଁସବୁ ପ୍ରସଙ୍ଗ ଉଠାଇବେ ସେନେଇ ଚୁଡାନ୍ତ କରିବେ। ଶାସକ ଦଳ ପକ୍ଷରୁ ବିରୋଧୀଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରାଯିବ। ତେବେ ବିରୋଧୀ ଭାଜପା ପକ୍ଷରୁ ସୋମବାର ଅପରାହ୍ନ ୪ଟା ସମୟରେ ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଙ୍ଗଳବାର ଦ୍ୱିପହର ସମୟରେ ଅନୁଷ୍ଠିତ ହେବ। ବିଜେଡି ବିଧାୟକ ଦଳ ବୈଠକ ମଧ୍ୟ ୨୧ ତାରିଖ ସକାଳ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଅଧିବେଶନ ଆରମ୍ଭ ଦିନ ୯ଟା ୩୦ ମିନିଟ୍‌ରେ ଉପବାଚସ୍ପତି ପଦ ଲାଗି ନିର୍ବାଚନ ସମୟ ରଖାଯାଇଥିବା ବେଳେ ସୋମବାର ନାମାଙ୍କନ ଦାଖଲ ଲାଗି ସ୍ଥିର ହୋଇଛି।   ତେବେ ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ବିରୋଧୀ ଉଠାଇବେ ବୋଲି କହିଛନ୍ତି। ଭାଜପା କହିଛି ଯେ, ଚାଷୀ ଆତ୍ମହତ୍ୟା ଏବେକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଚାଷୀ ସମସ୍ୟା,ବହୁ କେନ୍ଦ୍ର ଯୋଜନା ରାଜ୍ୟ ସରକାର ଲାଗୁ ନ କରିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନର ବ୍ୟବହାର, ରାଜ୍ୟରେ ଦୁର୍ନିତୀ ବଢିଚାଲିବା ଆଦି ପ୍ରସଙ୍ଗରେ ଶାସକ ଦଳ ଗୃହରେ ଘେରିବେ ବୋଲି କହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!