ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ କାର୍ ମାଡ଼ିଗଲା,୨ ମୃତ

ଭୁବନେଶ୍ୱର,୨୨।୧୧:ବସ୍‌କୁ ଅପେକ୍ଷା କରି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ବସ୍‌ ଆସିଥିଲେ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲି ଯାଇଥାନ୍ତେ। କିନ୍ତୁ ତା’ ପୂର୍ବରୁ ଘଟିଲା ଅଘଟଣ । ମାଡ଼ି ଆସିଲା ଯମ । ହଠାତ୍‌ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଏକ କାର୍‌ ୨ ଜଣଙ୍କୁ ଦଳିଦେଲା। ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡୀ- ପାଟପୁର ଥାନା ପୋଡ଼ାମାରି ବସଷ୍ଟାଣ୍ଡ ନିକଟରେ ଘଟିଛି।ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି। ପୋଡ଼ାମାରି ବସଷ୍ଟାଣ୍ଡ ନିକଟରେ ଆଜି ଭୋରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଲୋକ ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରକ୍‌ ହଠାତ୍‌ ଲୋକଙ୍କ ଉପରେ ଚଢ଼ିଗଲା। ଏହାପରେ କାର୍‌ଟି ଆଖି ପିଛୁଳାକେ ଫେରାର ହୋଇଗଲା। କାର୍‌ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ତୁରନ୍ତ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!