ବିରୋଧୀଙ୍କ ହଟ୍ଟଗୋଳ ,ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର,୨୨।୧୧: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ । ଯାହାକୁ ନେଇ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ତେବେ କିଛି ସମୟ ପୂର୍ବରୁ ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା ରହିଥିଲା । ଏପରିକି ସର୍ବଦଳୀୟ ବୈଠକ ପରେ ବି ଗୃହ ଚାଲିପାରିନଥିଲା । ଯାହାକୁ ନେଇ ଅପରାହ୍ନ ୪ଟା ଯାଏ ବିଧାନସଭା ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। କିନ୍ତୁ ଏହା ପରେ ବି ବିରୋଧୀ ଦଳର ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଏଣୁ ଶେଷରେ ବାଧ୍ୟ ହୋଇ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରଖିଛନ୍ତି ମାନ୍ୟବର ବାଚସ୍ପତି ପ୍ରମିଳା ମଲ୍ଲିକ । ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବାକୁ ନେଇ ବିଧାନସଭାରେ ଆଜି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!