ପ୍ଲାଷ୍ଟିକ ମୁକ୍ତ ବଣଭୋଜୀ ସ୍ଥଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ

ଭୁବନେଶ୍ବର, ୨୨।୧୧:  ପ୍ଲାଷ୍ଟିକ ମୁକ୍ତ ବଣଭୋଜୀ ସ୍ଥଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଅଣ ସରକାରୀ ସଂଗଠନ (ଏନ୍‌ଜିଓ) ‘ୟୁଥ୍‌ଫରୱାଟର’ର ସହଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଣଭୋଜୀସ୍ଥଳକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରୁଛି। ଏହି ଅଭିଯାନ ବଳରେ ବଣଭୋଜୀସ୍ଥଳରେ ଲୋକମାନଙ୍କୁ ସଚେତନାତା କରାଯିବ। ଅଭିଯାନରେ ସ୍ଥାନୀୟ ସ୍ବେଚ୍ଛାସେବୀ, ଏନ୍‌ଜିଓ, ଇକୋ କ୍ଲବ, ଏସ୍‌ଏଚ୍‌ଜି, ଡିଇଏସ୍‌ ଏବଂ ପଂଚାୟତଗୁଡ଼ିକ ସହଯୋଗ କରିବେ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୧ଟି ଜିଲ୍ଲାର ୧୦୦ଟି ବଣଭୋଜୀ ସ୍ଥଳକୁ ଚିହ୍ନଟ କରାଯାଇଛି।ଅନୁଗୁଳ ଜିଲ୍ଲାର କେତକୀଝରଣ, ତାଳଚେରସ୍ଥିତ ବେଉଳାଝର ମଠ, ଡେରଜାଙ୍ଗ ଡ୍ୟାମ୍‌ ଓ ବେଳପୁଞ୍ଜି ମଠକୁ ପ୍ଲାଷ୍ଟିକ ମୁକ୍ତ ବଣଭୋଜୀସ୍ଥଳରେ ସାମିଲ କରାଯାଇଛି। ବାଲେଶ୍ବର ଜିଲ୍ଲାର ବିଚିତ୍ରପୁର, ରିସିଆ, ଚାନ୍ଦିପୁର, ବରଗଡ଼ ଜିଲ୍ଲାର ନରସିଂହନାଥ ମନ୍ଦିର, ପଥରସେନୀ ମନ୍ଦିର, ତୁରୁଙ୍ଗାସ୍ଥିତ ବୈଷ୍ଣୋଦେବୀ ମନ୍ଦିର, ଭଦ୍ରକ ଜିଲ୍ଲାର ଇରମ, ଗୋହିରାଟିକିରି, ଆଦମପୁର, ବଲାଙ୍ଗୀର ଜିଲ୍ଲାର ଭୀମଡୁଙ୍ଗୁରୀ ଇକୋ ଟୁରିଜିମ, କୁମୁଡ଼ାପାହାଡ଼, ଗାଈଖାଇ ଇକୋଟୋରିଜିମ,‌ ବୌଦ୍ଧ ଜିଲ୍ଲାର ରାମଗଡ଼, ବଲାସିଂହା, କୁଲାରୀକୁଡ଼, କଟକ ଜିଲ୍ଲାର ସରଣ୍ଡା ହିଲ୍‌ଟପ୍‌, ଅଂଶୁପା ଦେଓଝର, ଚଣ୍ଡୀଖୋଳ ଓଳାଶୁଣୀ, ସୁକିନ୍ଦା ଧଳଟନଗଡ଼, ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ, ଦେବଝରଣ ଜଳପ୍ରପାତ, ଗୁଗୁଡ଼ା ଜଳପ୍ରପାତ, ଢେଙ୍କାନାଳ ଜିଲ୍ଲାରସାପୁଆ, ସପ୍ତଶଯ୍ୟା ଓ ଦଣ୍ଡାଧାରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ‌ଯୋଜନା ରଖାଯାଇଛି।ସେହିପରି ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ, ମହେନ୍ଦ୍ର ଗିରି ପାହାଡ଼, ତପ୍ତପାଣି, ଗଂଜାମ ଜିଲ୍ଲାର ଘୋଡ଼ାହାଡ ଇକୋଟୋରିଜିମ, ସୋନପୁର ବେଳାଭୂମି ଅଞ୍ଚଳ, ନାରାୟଣୀ ମନ୍ଦିର, ବୁଢାଖୋଳ, ବ୍ଲାକବୁକ ନେଚର କ୍ୟାମ୍ପ, ଝାରସୁଗୁଡ଼ାର ରାମ୍ପାଲୁଗା ହୀରାକୁଦ ଜଳଭଣ୍ଡାର ଅଞ୍ଚଳ, କୋଇଲିଘୁଗାର ଜଳପ୍ରପାତ, ଇକୋ-ପାର୍କ ମାଳିମୁଣ୍ଡା, କଳାହାଣ୍ଡି ଜିଲ୍ଲାର ହେଲୋ ପଏଣ୍ଟ, ରାବଣାଧାର, ସୋସପଡାର, ମାଣିକେରା, କନ୍ଧମାଳ ଜିଲ୍ଲାର ପୋକଡ଼ାଝର, ନେଚର ପାର୍କ, ମେଦୁବନ୍ଧ ଜଳପ୍ରପାତ, ଲୁଡୁ ଜଳପ୍ରପାତ, କେନ୍ଦ୍ରାପଡ଼ା ଜିଲାର ସିଆଳି ବେଳାଭୂମି, କେନ୍ଦୁଝର ଜିଲ୍ଲାର ବଡ଼ଘାଗରା ଜଳପ୍ରପାତ, ସାନଘାଗରା ଜଳପ୍ରପାତ, ଖଣ୍ଡାଧାର ଜଳପ୍ରପାତ, ଖୋର୍ଦ୍ଧା ଜିଲ୍ଲା ଡେରାସ, ଝୁମୁକା, ଡମପଡ଼ା, ବେରବା ଇକୋ-ଟୁରିଜିମ, ସାଲିଆ ଡ୍ୟାମ୍‌, ବରୁଣେଇ ମନ୍ଦିର, ଆନନ୍ଦବଣ, ପାତ୍ରପଡ଼ା ଏମ୍‌ପିକେସି, କେରାପୁଟ ଜିଲ୍ଲାର ଗୁପ୍ତେଶ୍ବର, ନନ୍ଦପୁର ରାଣୀଡୁମଡୁମା, ଦେଓମାଳି ହିଲଟପ୍‌, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସତୀଗୁଡ଼ା ଡ୍ୟାମ୍‌, ମୟୂରଭଂଜ ଜିଲ୍ଲାର ଭୀମକୁଣ୍ଡ ଇକୋ ଟୁରିଜିମ, ଭୈରବ କୁଣ୍ଡ, ‌ବରେଇପାଣୀ ଜଳପ୍ରପାତ, ସୀତାକୁଣ୍ଡ, ଦେବକୁଣ୍ଡ, ଜମ୍ବିରା ସଂରକ୍ଷିତ ଦେଉଳି ବଣଭୋଜୀସ୍ଥଳ, ଦେବକୁଣ୍ଡ ବଣଭୋଜୀ ସ୍ଥଳ, ବାଡଜୋଡ ସଂରକ୍ଷିତ ବଣଭ‌ୋଜୀ ସ୍ଥଳ, ନବରଂଗପୁର ଜିଲ୍ଲା ଝରିଗାଁର ଚନ୍ଦନଧରା, କେଲିଆ ଶିବ ମନ୍ଦିର, ତେନ୍ତୁଳିଖୁଣ୍ଟିର ମଙ୍ଗଳଦୋରାକୁ ମଧ୍ୟ ପ୍ଲାଷ୍ଟିକ ମୁକ୍ତ ବଣଭୋଜୀ ସ୍ଥଳ କରିବା ପାଇଁ ଉଦ୍ୟମ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!