ଭୁବନେଶ୍ୱର, ୨୨।୧୧: ରାଜଧାନୀ ରାଜରାସ୍ତାରେ ଆଉ ବୁଲିବେନି ଭିକାରୀ । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛି। ଯେଉଁ ଭିକାରି ନିରାଶ୍ରୟ ସେମାନଙ୍କୁ ବିଗର ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଭିକାରି ମାନଙ୍କୁ ରଖିବା ପାଇଁ ବିଏମସି ପାଖରେ ଜାଗାର ଅଭାବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ସବୁ ବ୍ୟବସ୍ଥା ରହିଛି । ମନ୍ଦିର, ଷ୍ଟେସନ, ବସଷ୍ଟାଣ୍ଡରୁ ଉଦ୍ଧାର କରି ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଏ ନେଇ ୩ ଟା ଟିମ ଗଠନ ହୋଇଛି। ପୁଲିସ, ଏନଜିଓ ଓ ବିଏମସି ଟିମ ମିଳିତ ଭାବେ ଭିକାରି ଉଦ୍ଧାର କାର୍ଯ୍ୟରେ ଲାଗିବେ।ବିଆରସି ସେଣ୍ଟରରେ ଭିକାରୀଙ୍କ ଚିକିତ୍ସା, ଖାଦ୍ୟ ପେୟ ଓ ରହିବା ବ୍ୟବସ୍ଥା ରହିଛି। ଯେଉଁ ମାନଙ୍କ ଘର ପରିଚୟ ସଠିକ ମିଳିବ ତାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବ ବିଏମସି । ଶୀତ ଦିନରେ ବାହାରେ ଆଶ୍ରୟ ଲୋକଙ୍କୁ ମଧ୍ୟ ଉଠାଇବ ବିଏମସି । ବାହାର ରାଜ୍ୟରୁ ମଧ୍ୟ ଭିକାରୀ ଆସି ବସଷ୍ଟାଣ୍ଡ ଓ ଟ୍ରାଫିକରେ ପେନ, ବେଲୁନ ଆଦି ଖେଳନା ବିକିବା ଆଳରେ ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ ମଧ୍ୟ ବିଏମସି ଉଠାଇବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |