ନବରଙ୍ଗପୁର(ଶଙ୍କର ପାତ୍ର),୨୨।୧୧ :- ଡାବୁଗାଁ ବ୍ଲକ ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ, ଜୟନ୍ତୀନଗର ଠାରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା ଦିନ ୧୦ଘଣ୍ଟା ପରେମଧ୍ୟ ବିଦ୍ୟାଳକୁ ଆସୁ ନାହାନ୍ତି ଦାଇତ୍ୱରେ ଥିବା ଶିକ୍ଷୟିତ୍ରୀ ମାନେ।ଏହା ଗୋଟିଏ ଦିନର ଘଟଣା ନୁହଁ ଏଭଳି ସବୁବେଲେ ବିଳମ୍ବରେ ଆସୁଥିବା ଆଖପାଖ ଲୋକ ଏବଂ ଛାତ୍ରଛାତ୍ରୀ କହୁଛନ୍ତି। ଦୁଃଖର ସହ କହିବାକୁ ପଡୁଛି ଏହି ବିଦ୍ୟାଳୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ। ଏକ ପଦରେ କହିବାକୁ ଗଲେ “ଦୀପତଲ ଅନ୍ଧାର ଭଳି” ଶିକ୍ଷାବିଭାଗର ଉପରକ୍ତ ଅଧିକାରୀ ମାନଙ୍କ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସଲସୁତାରାରେ ଚାଲିଛି ଡାବୁଗାଁ ବ୍ଲକର ସରକରି ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାବ୍ୟବସ୍ଥା। ଆଜି କଣ ପାଇଁ ଆପଣ ମାନେ ୧୦.୩୦ ପରେ ଆସୁଛନ୍ତି ବଲି ପଚାରିବାରୁ ଜୟନ୍ତୀନଗର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତୀ ପୁଷ୍ପାଳତା ପରିଡା କହିଲେ ୧୫ମିନିଟ ଲେଟରେ ବିଧ୍ୟାଳୟକୁ ଆସିଲେ ଚଲିବ ଆମର ନିୟମ ଅଛି। କିନ୍ତୁ ଏବିଷୟରେ ଡାବୁଗାଁ CRCC ଙ୍କୁ ପଚାରିବାରୁ ଏଭଳି କିଛି ନିୟମ ନାହିଁ ବଲି ଜାଣିଲେ।କିନ୍ତୁ ଏବିଷୟରେ ଅଧିକ ଜାଣିବା ପାଇଁ ଆମ ପ୍ରତିନିଧି 12ଘଣ୍ଟ ବେଳେ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ, ଅଫିସ ଖୁଲାଥିଲା କିନ୍ତୁ କର୍ମଚାରୀ ମାନେ ଅଫିସରେ ନଥିଲେ। ଶିକ୍ଷାବିଭାଗର ଉପରକ୍ତ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାପାଇଁ ଉଦ୍ୟମ କରିଥିଲେ କିନ୍ତୁ ଯୋଗାଯୋଗ ହଇନଥିଲା।ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷାବିଭାଗ କିଭଳି ପଦକ୍ଷେପ ନେବ ଏବେ ଦେଖିବାକୁ ବାକି ରହିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |