ନବରଙ୍ଗପୁର( ମିହିର ଶଙ୍କର ପାତ୍ର) ୨୨ା୧୧:- ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ରେ ଚଳଚଞ୍ଚଳ ହୋଇ ଉଠୁଛି ରାଜନୀତି। ଏଥର ମଧ୍ୟ ଲଢେଇ ତ୍ରୀମୁଖି ହେବା ସମ୍ଭାବନା ଅଧିକ। ଗତ ନିର୍ବାଚନରେ ମୋଟ ୩,୯୨୫୦୪ ଖଣ୍ଡ ଭୋଟ ପାଇ ବିଜେଡି ରୁ ରମେଶ ଚନ୍ଦ୍ର ମାଝୀ ଲୋକ ସଭା କୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ ୩,୫୦୮୭୦ ଖଣ୍ଡ ଭୋଟ ଏବଂ ବିଜେପି ର ବଳଭଦ୍ର ମାଝୀ ୩,୪୨୮୩୯ ଖଣ୍ଡ ଭୋଟ ପାଇଥିଲେ। କିଏ ଲଢିବ କେଉଁ ଦଳରୁ ଦଳ ତରଫରୁ ବିଧିବଦ୍ଧ ଭାବେ ଘୋଷଣା ହୋଇ ନ ଥିଲେ ମଧ୍ୟ ବିଜେଡି ର ରମେଶ ମାଝୀ ଏବଂ ବିଜେପି ର ବଳଭଦ୍ର ମାଝୀ ପ୍ରାୟ ନିଶ୍ଚିତ ବୋଲି ଆଲୋଚନା ହେଉଛି। କଂଗ୍ରେସ ହୁଏତ ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଉପରେ ଭରସା କରିପାରେ ? କିନ୍ତୁ ଗତ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ ଙ୍କୁ ନେଇ ସ୍ଥିତି ଅସ୍ପଷ୍ଟ ଅଛି। ତାଙ୍କ ନାମ ମଧ୍ୟ ଲୋକସଭା ପ୍ରାର୍ଥୀ ପାଇଁ ଚର୍ଚ୍ଚା ରେ ରହୁଛି। ପୁର୍ବତନ ସାଂସଦ ପର୍ଶୁରାମ ମାଝୀ ଙ୍କ ନାମ ମଧ୍ୟ ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ରହୁଛି, ଗତ ନିର୍ବାଚନରେ ଝରିଗାଁ ବିଧାନସଭା ରୁ ସେ ବିଧାୟକ ପ୍ରାର୍ଥୀ ପାଇଁ ଲଢେଇ କରିଥିଲେ । ରାଜନୈତିକ ଦୃଶ୍ୟପଟ୍ଟରୁ ଯାହା ଜଣାପଡ଼ୁଛି ବୁଥ ପର୍ଯ୍ୟନ୍ତ ସଂଗଠନ କୁ ସୁଦୃଢ କରିବା ରେ ଲାଗିପଡିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ। ଗାଁ ଗାଁ ରେ ପହଞ୍ଚି ଲୋକଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ ଦ୍ବାରା ନବରଙ୍ଗପୁର ଜିଲ୍ଲା ରେ ବିଜେପି ର ସ୍ଥିତି ମଧ୍ୟ ମଜବୁତ ହେବାକୁ ଲାଗିଛି। ପ୍ରତ୍ୟେକ ଦିଗରୁ ଶକ୍ତ ଦେଖା ଯାଉଥିବା ବିଜେଡି ସହ , ଏଥର କିନ୍ତୁ ବିଜେପି କଡ଼ା ଟକ୍କର୍ ଦେବାକୁ ପ୍ରସ୍ତୁତ? ଗ୍ରାମାଞ୍ଚଳରେ ବର୍ତମାନ ମଧ୍ୟ କଂଗ୍ରେସ ର ବହୁ ପୁରୁଣା କର୍ମୀ ସକ୍ରିୟ ଥିବା କାରଣରୁ ଯଦି ପ୍ରାର୍ଥୀ ଚୟନରେ ସଠିକ ନିର୍ଣ୍ଣୟ ହୋଇଯାଏ ତାହେଲେ କଂଗ୍ରେସ ର ଭୋଟ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ! ଯାହା ଲୋକମାନଙ୍କ ମତ ରମେଶ ମାଝୀ ଜଣେ ଦକ୍ଷ ନେତା ଅଟନ୍ତି। ବଳଭଦ୍ର ମାଝୀ ଙ୍କ ସ୍ପଷ୍ଟ ଓ ସରଳ ସ୍ବଭାବ ମଧ୍ୟ ଦଳୀୟ କର୍ମୀଙ୍କୁ ଆତ୍କୃଷ୍ଟ କରି ପାରିଛି। ଏହି ଭଳି ଭୁଜବଳ ମାଝୀ ମଧ୍ୟ କଂଗ୍ରେସ ରେ ଅଧିକ ଗ୍ରହଣୀୟ ହୋଇ ପାରିଛନ୍ତି। ସ୍ଥିତି ଅସ୍ପଷ୍ଟ ଥିଲେ ମଧ୍ୟ ବିଜେଡି ରୁ ରମେଶ ଚନ୍ଦ୍ର ମାଝୀ, ବିଜେପି ରୁ ବଳଭଦ୍ର ମାଝୀ ଏବଂ କଂଗ୍ରେସ ରୁ ଭୁଜବଳ ମାଝୀ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ହୋଇ ପାରନ୍ତି?? କିନ୍ତୁ ପ୍ରାର୍ଥୀ ଘୋଷଣା ହେବା ପରେ ହିଁ ନିର୍ବାଚନ ର ପ୍ରକୃତ ତଥ୍ୟ ଜଣା ପଡ଼ିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |