ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା,୧୬ ଶହ ଦୋକାନ

 କଟକ,୨୭।୧୧: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ବାଲିଯାତ୍ରା ଆରମ୍ଭ ହୋଇ ୮ ଦିନ ପର୍ଯ୍ୟନ୍ତ ଲାଗି ରହିବ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ମେଳା ଆସନ୍ତ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।   ୮ ଦିନ ଧରି ୩୪ ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ ୧୨୦୦ରୁ ଅଧିକ ଷ୍ଟଲ ପଡ଼ିଥିବା ବେଳେ ଓରମାସ୍‌ ପରିସରରେ ୪୨୦ରୁ ଅଧିକ ଷ୍ଟଲ୍‌ ରହିଛି। ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ। ଏଥିରେ ଗ୍ରାମୀଣ ଜୀବନ, ଜୀବିକା ଓ ପରମ୍ପରାକୁ ଖୁବ୍‌ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରାଯାଉଛି। ‘କଟକ ଇନ୍‌ କଟକ’ ମଧ୍ୟରେ ପ୍ରାଣୀସମ୍ପଦ ବିଭାଗ ଓ ମତ୍ସ୍ୟବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହା ସହ ବାଲିଯାତ୍ରାରେ ଚଳିତବର୍ଷ ନୂଆ କରି ଟନେଲ୍‌ ଆକ୍ବାରିୟମ୍‌ ସ୍ଥାନ ପାଇଛି। କେରଳରୁ ଆସିଥିବା ଏହି ୫ ହଜାର୍‌ ବର୍ଗଫୁଟ୍‌ରୁ ଅଧିକ ଆକାରର ଆକ୍ବାରିୟମ୍‌ରେ ୫ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ ରହିବ। ଏହା ମଧ୍ୟରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବାର ମଜା ଅନୁଭବ କରିପାରିବେ। ଏହାସହ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲୁକା କଳା ନିର୍ମାଣ କରାଯାଇଛି। ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ଜଳକ୍ରୀଡା, ଲେଜର୍ ସୋ, ସବୁଜ ବାଣ ଆଦି ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ନରହରି ସେଠୀ କହିଛନ୍ତି।ତେବେ କଟକର ଏହି ବାଲିଯାତ୍ରା ଓଡ଼ିଶାରେ ଐତିହାସିକ ମେଳା ଭାବରେ ପ୍ରସିଦ୍ଧିଲାଭ କରିଛି । ତେବେ ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ଭାବେ ଇତିହାସରେ ନାମ ଲିପିବଦ୍ଧ କରିଛି କଟକର ଏହି ଐତିହାସିକ ବାଲିଯାତ୍ରା ।  ଆଜିଠୁ ଓଡ଼ିଶାର ସମସ୍ତ ପର୍ଯ୍ୟଟକଙ୍କ ଭିଡ଼ ପାଇଁ କେନ୍ଦ୍ରବିନ୍ଦୁ ପାଲଟିବ କଟକର ବାଲିଯାତ୍ରା ।ସୂଚନା ଅନୁଯାୟୀ, ଚଳିତବର୍ଷ ବାଲିଯାତ୍ରା ୪୩ ଏକର ଜାଗାରେ ୧୪ ଶହରୁ ଅଧିକ ଷ୍ଟଲ ହେଉଥିବା ବେଳେ ଓରମାସ ପକ୍ଷରୁ ୪ ଶହରୁ ଅଧିକ ଷ୍ଟଲ କରାଯାଇଛି। ବୈଷ୍ଣବ ପାଣି ମଞ୍ଚରେ ଓଲିଉଡ଼ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାର କାର୍ୟ୍ୟକ୍ରମ ପରିବେଷଣ କରିବେ। କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ଏଥିସହିତ ୩୦ ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍‌, ଲେଜର ଶୋ’ ଆଦି କରାଯାଇଛି। ସେହିପରି ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରି ଧୁଳି ନ ଉଡିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ବେଲଭ୍ୟୁ ଛକ, ବିଡାନାସୀ ପାର୍କିଂ ଆଦି ସ୍ଥାନରୁ ମାଗଣା ବସ ବ୍ୟବସ୍ଥା କରିଛି ପ୍ରଶାସନ। ଅନ୍ୟପଟେ ଚଳିତ ବର୍ଷ ବାଲିଯାତ୍ରାର ବିଶେଷ ଆକର୍ଷଣ ସାଜିବ ରାଜ୍ୟର ପ୍ରଥମଥର ପାଇଁ ହେଉଥିବା ଫିସ୍‌ ଆକ୍ୟୁରମ୍‌ ଟନେଲ।ପାର୍କିଂ ସ୍ଥାନରୁ ଯାତ୍ରୀ ଯିବା ଆସିବା ପାଇଁ ସ୍ୱତନ୍ତ୍ର ଇ ରିକ୍ସା ରହିବ। ଭିଡ ନିୟନ୍ତ୍ରଣ ପାଇଁ ୪ ଟି ପ୍ରବେଶ ଓ ପ୍ରସ୍ଥାନ ରହିଛି। ସବୁ ଦିନ ସକାଳେ ପଥଉତ୍ସବ ହେବ। ଯାତ୍ରୀଙ୍କ ସୁବିଧା ପଡ଼ିଆ ମଧ୍ୟରେ ୨୫୦ ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ହୋଇଛି। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ୫୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!