ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୯ା୧୧: ଉତ୍ତରାଖଣ୍ଡର ସୁଡ଼ଙ୍ଗରୁ ୪୧ ଜଣ ଶ୍ରମିକ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଶ୍ରମିକମାନଙ୍କ ସୁରକ୍ଷିତ ଉଦ୍ଧାର ହେବା ଓ ସେମାନଙ୍କ ଘରକୁ ଫେରିବା ଅତ୍ୟନ୍ତ ଆନନ୍ଦର କଥା।’ସେ କହିଛନ୍ତି, ସେହି ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଲୋକ ମଧ୍ୟ ଥିଲେ। ସେମାନଙ୍କ ଖବର ବୁଝିବା ପାଇଁ ରାଜ୍ୟ ସରକାର ସମ୍ପୃକ୍ତ ଶ୍ରମିକମାନଙ୍କ ପରିବାର ସହ ଏକ ଟିମକୁ ଘଟଣାସ୍ଥଳକୁ ପଠାଇ ଥିଲେ। ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ ଏବଂ ସୁରକ୍ଷା ବଳଗୁଡିକୁ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!