କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଜାରିହେଲା ଏସଓପି

ଭୁବନେଶ୍ବର,୧୭।୧୨: ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବନି ଏମଆରଆଇ କିମ୍ବା ସିଟି ସ୍କାନ୍‌। ଏନେଇ କ୍ୟାପିଟାଲ ହସ୍ପିଟାଲର ଉପ ନିର୍ଦେଶକ ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି।କ୍ୟାପିଟାଲ ହସ୍ପିଟାଲରେ MRI/CT ସ୍କାନ ପାଇଁ କଠୋର ହେଲା ନିୟମ । ଏଣିକି MRI ଓ CT ସ୍କାନ୍‌ ପାଇଁ ଯାଞ୍ଚ ହେବ ରୋଗୀଙ୍କ ପ୍ରେସକ୍ରିପସନ୍। ବିନା ଅନୁସନ୍ଧାନରେ ଡାକ୍ତର ଲେଖିପାରିବେ ନାହିଁ MRI/CT । ଏନେଇ ଜାରି ହୋଇଛି ଏସଓପି । କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା, ଘରୋଇ ସ୍ତରରେ MRI/CT ବ୍ୟୟ ବହୁଳ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ କରିବା ପାଇଁ ରୋଗୀମାନେ ନକଲି ପ୍ରେସକ୍ରିପସନ୍ ବ୍ୟବହାର କରୁଛନ୍ତି । ଏମିତି କି ଏହାକୁ ନେଇ ଦଲାଲ ମାତିଥିବା ଜଣାପଡ଼ିଛି । ତେଣୁ କେବଳ କ୍ୟାପିଟାଲ୍ ହସ୍ପିଟାଲର ସହକାରୀ ପ୍ରଫେସର କିମ୍ବା PGIMERର ଡାକ୍ତର MRI / CT ସ୍କାନ୍ ପାଇଁ ପରାମର୍ଶ ଦେଇପାରିବେ|MRI / CT ସ୍କାନ୍ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସ୍‌କ୍ରିପସନ୍‌ ରେଫେରାଲର ଯାଞ୍ଚ କରାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ। ଅନ୍ୟପଟେ ଡାକ୍ତରମାନେ ଉକ୍ତ ପରୀକ୍ଷା ପାଇଁ ନିଜ ବିଭାଗ ସହିତ ଜଡିତ MRI/ CT ସ୍କାନ୍‌ ପାଇଁ ପରାମର୍ଶ ଦେବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!