ବଡ଼ଦିନ ଛୁଟିରେ ବି ଖୋଲା ରହିବ ଅନୁଗୋଳ ଜିଲ୍ଲାର ସମସ୍ତ ସ୍କୁଲ

ଅନୁଗୋଳ,୨୧।୧୨:ବଡ଼ଦିନ ଛୁଟିରେ ପାଠ ପଢ଼ାଇବେ ଅନୁଗୋଳ ଜିଲ୍ଲାର ଶିକ୍ଷକ। ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ ଆୟୋଜନ କରାଯିବ କୋଚିଂ କ୍ୟାମ୍ପ। ଏନେଇ ଜିଲ୍ଲାର ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।ଅନୁଗୁଳରେ ଜିଲ୍ଲାରେ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ପ୍ରତି ସ୍କୁଲରେ ଆସନ୍ତା ବୋର୍ଡ ପରୀକ୍ଷାରେ ୩ ପ୍ରତିଶତ ଇ୧ ଗ୍ରେଡ ଓ ୫ ପ୍ରତିଶତ ଇ୨ ଗ୍ରେଡ ପାସ୍ ହାର ପାଇଁ ଟାର୍ଗେଟ ଦିଆଯାଇଛି। ଯେଉଁଥିପାଇଁ ବଡ଼ଦିନ ଛୁଟିରେ ବି ଏହି ଜିଲ୍ଲାର ସମସ୍ତ ସ୍କୁଲ ଖୋଲା ରହିବ। ଏନେଇ ଜିଲ୍ଲାର ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।ସୂଚନା ଅନୁଯାୟୀ, ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ କୋଚିଂ କ୍ୟାମ୍ପ ଆୟୋଜନ କରାଯିବ। ଯେଉଁଥିରେ ପିଲାଙ୍କୁ ଇ ଓ ଈ ଦୁଇଟି ବର୍ଗରେ ବିଭକ୍ତ କରି କୋଚିଂ ଦିଆଯିବ। ଇ ଗ୍ରୁପ୍ ପାଇଁ ବିଭିନ୍ନ ସ୍କୁଲରେ ବ୍ୟବସ୍ଥା କରାଯାଇଛି। ଟ୍ୟାଗ ହୋଇଥିବା ସ୍କୁଲକୁ ଯାଇ ପିଲା କୋଚିଂ ନେବେ ବୋଲି କୁହାଯାଇଛି। ସେହିପରି ଈ ଗ୍ରୁପ୍ ପିଲାମାନେ ନିଜ ସ୍କୁଲରେ କୋଚିଂ ନେବେ। ଏଥିପାଇଁ ପୂରା ଜିଲ୍ଲାର ସ୍କୁଲ ଗୁଡ଼ିକରେ ପ୍ରସ୍ତୁତି କରାଯାଇଛି। ଫଳରେ ବଡ଼ଦିନ ଛୁଟିରେ ବି ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲ ଯିବାକୁ ପଡିବ। ତେବେ ଏଭଳି ଭିନ୍ନ ପଦକ୍ଷେପକୁ ଅନେକ ଜଣ ପ୍ରଶଂସା କରୁଥିବା ବେଳେ କିଛି ଶିକ୍ଷକ, ଶିକ୍ଷୟତ୍ରୀ ଅସନ୍ତୋଷ ମନେ କରିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!