ନୂଆଦିଲ୍ଲୀ,୨୧।୧୨: ସଂସଦ ସୁରକ୍ଷା ଭଙ୍ଗ ଘଟଣାକୁ ଏହା ମଧ୍ୟରେ ଏକ ସପ୍ତାହ ପୂରି ଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଲୋକସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ମଧ୍ୟକୁ ଦୁଇଜଣ ଅଜ୍ଞାତ ଯୁବକ ପ୍ରବେଶ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ଘଟଣା ପଛରେ ଏକାଧିକ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିବା ସହିତ ଅନେକ ଗୁମର ଖୋଲିଥିଲା ।ଶୀତ ଅଧିବେଶନ ସମୟରେ ସଂସଦରେ ସ୍ମୋକ୍ ଆଟାକ୍ ଘଟଣାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅକୁ ଅଟକ ରଖିଛି ପୁଲିସ। ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ ଘଟଣାର ତନାଘନା କରୁଥିବା ବେଳେ ତଦନ୍ତ ଘେରକୁ ଆସିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ। କର୍ଣ୍ଣାଟକର ଜଣେ ଅବସାରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପୁଅ ହେଉଛନ୍ତି ସାଇକ୍ରିଷ୍ଣା ଜାଗଲି। ସେ ପେଶାରେ ଜଣେ ଇଞ୍ଜିନିୟର। ପୁଲିସର କହିବା ଅନୁସାରେ, ସଂସଦ ସୁରକ୍ଷା ଭଙ୍ଗ କରି ଗୃହରେ ସ୍ମୋକ୍ ସ୍ପ୍ରେ କରିଥିବା ଡି. ମନୋରଞ୍ଜନର ସାଙ୍ଗ ହେଉଛନ୍ତି ସାଇକ୍ରିଷ୍ଣା। ତାଙ୍କର ସ୍ମୋକ୍ ଆଟାକ୍ ସହ ଲିଙ୍କ୍ ଥିବା ସନ୍ଦେହ କରୁଛି ପୁଲିସ। ଏଥିପାଇଁ ଅଟକ ଇଞ୍ଜିନିୟର ସାଇକ୍ରିଷ୍ଣାଙ୍କୁ ଜେରା ପାଇଁ ଦିଲ୍ଲୀ ଅଣାଯାଉଛି। ସଂସଦ ସୁରକ୍ଷା ଭଙ୍ଗ ମାମଲାର ୬ ଜଣ ଅଭିଯୁକ୍ତଙ୍କ ରିମାଣ୍ଡ ଆଜି ସମାପ୍ତ ହେଉଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ । ଏହା ମଧ୍ୟରେ ପୋଲିସ ପୁଣି ଦୁଇଜଣ ଅଭିଯୁକ୍ତଙ୍କ ସନ୍ଧାନ କରିବା ପରେ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି । ପ୍ରଥମେ ସାଇଙ୍କୁ ପଚରାଉଚରା କରାଯାଇଥିଲା ଓ ତା’ପରେ ରାତି ପାଖାପାଖି ୧୦ଟା ସମୟରେ ଅଟକ ରଖାଯାଇଥିଲା । ସାଇଙ୍କୁ ଦିଲ୍ଲୀ ଅଣାଯାଉଥିବା ବେଳେ ତାଙ୍କୁ ସ୍ପେଶାଲ ସେଲର ଟିମ୍ ପଚରାଉଚରା କରିବ । ସେହିପରି ସ୍ପେଶାଲ ସେଲ ଉତ୍ତରପ୍ରଦେଶର ଜାଲୌନର ବାସିନ୍ଦା ଅତୁଲ କୁଲଶ୍ରେଷ୍ଠ ନାମକ ଜଣେ ଯୁବକଙ୍କୁ ମଧ୍ୟ ପଚଉଚରା କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |