ଓଡ଼ିଶା ବିଧାନସଭାର ପୂର୍ବତନ ବିଧାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୧୨: ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟକଙ୍କ ପରଲୋକ ଘଟିଛି । ବିଶିଷ୍ଟ କଂଗ୍ରେସ ନେତା ତଥା ଅନୁଗୁଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନ ଆଉ ନାହାନ୍ତି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ବିଧାୟକ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ପ୍ରଧାନଙ୍କ ମୃତ୍ୟୁରେ ରାଜ୍ୟ ରାଜନୀତି ସହ ଜଡ଼ିତ ଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।ସନ୍ତୋଷ ଜଣେ ସରପଞ୍ଚରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି ବିଧାୟକ ହୋଇ ପାରିଥିଲେ । ସେ ୧୯୬୭ରୁ ୧୯୭୫ ମସିହା ପର୍ଯ୍ୟନ୍ତ ତୁବେ ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ସଫଳତାର ସହିତ ଦାୟିତ୍ୱ ତୁଲାଇଥିଲେ । ପରେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ସେ ବଅଁରପାଳ ବ୍ଲକର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ । ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ଅନୁଗୁଳର ବିଧାୟକ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ଜଣେ ପ୍ରତିଭାବାନ କ୍ରୀଡ଼ାବିତ ଭାବେ ଫୁଟବଲ ଓ ହକିରେ ମଧ୍ୟ ରୁଚି ରଖୁଥିଲେ । ୧୯୯୫ରେ ସେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଦାୟିତ୍ୱରେ ମଧ୍ୟ ରହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!