ବିଶ୍ଵ ପ୍ରସିଦ୍ଧ ଯୋରନ୍ଦାରେ ମହିମା ମନ୍ଦିର ଭୂମି ପୂଜନ ପାଇଁ ନବରଙ୍ଗପୁର ଜିଲ୍ଲାରୁ 5ହଜାର ଭକ୍ତଙ୍କ ସମାଗମ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୧ା୧୨:ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ମହିମା ଧର୍ମର ଭକ୍ତ ସମାଗମରେ ମୈଦଲ ପୁର ସାଗର ପାଖରେ 50ଟି ବସରେ ରେ 5000 ଭକ୍ତ ସମାଗମ ହୋଇଥିଲା। ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ରେ ମହିମା ଧର୍ମର ମନ୍ଦିର ର ଭୂମି ପୂଜନ ଉତ୍ସବରେ ଯୋଗଦେବା ପାଇଁ ନବରଙ୍ଗପୁର ଜିଲ୍ଲା ର ପଶ୍ଚିମାଞ୍ଚଳ ମହିମା ଧର୍ମର ସନ୍ଥ ସମାଗମ ହୋଇ ଭୂମି ପୂଜନ ଉତ୍ସବରେ ଯୋଗଦେବା ଲୋକମାନଙ୍କ ମଧ୍ୟରେ ଧର୍ମ ପ୍ରତି ଲୋକଙ୍କ ଆଗ୍ରହ ଆମ ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ। ମହିମା ଧର୍ମର ଭୀମ ଭୋଇ ବାର୍ତ୍ତା -ପ୍ରାଣୀ ର ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।ଏ ବାଣୀ ସମାଜର ସମସ୍ତଙ୍କୁ ଧର୍ମ ସୂତ୍ରରେ ବନ୍ଦନ କରୁଛି। ମହିମା ଧର୍ମର ଲୋକଙ୍କ ମଧ୍ୟରେ ସୂର୍ଯ୍ୟ ଦୟପୂର୍ବ ରୁ ଉଠିବା। ନିରାକାର ପରମବ୍ରହ୍ମ କୁ ନାମ ସ୍ମରଣ, ଭୂମି ରେ ମୁହଁ ପାଦ ସନଯୋଗ ରେ ପରଂବ୍ରହ୍ମ କୁ ସ୍ମରଣ ଦ୍ବାରା ମାନଵ ଜୀବନ ସୁଫଳ ନିଶ୍ଚିତ ଅନୁଭବ ହେଉଛି।ମ‌ହିମା ଧର୍ମ ଦର୍ଶନ ରେ ଲୋକସମୁହ ଆକୃଷ୍ଟ ହୋଇ ଦୀକ୍ଷା ରେ ଦୀକ୍ଷିତ ହୋଇସାରିବା ଦ୍ବାରା ଲୋକଙ୍କ ସମାଜ ଜୀବନର ଉନ୍ନତି ସମ୍ଭବ ହେଉଛି। ସାଧୁସନ୍ଥଙ୍କ ଅବଦାନକୁ ସମାଜରେ ବୁଦ୍ଧି ଜୀଵି, ଶିକ୍ଷିତସମାଜ ର ଲୋକଂକ ଉଛ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!