ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୨୩।୧୨:ଡାବୁଗାଁ ଥାନା ଅଧୀନ ଭୀମାଗୁଡା ଗ୍ରାମ ନିକଟ ଏକ କୂଅରୁ ଜଣେ ନାବାଳକର ମୃତ ଦେହ ଶୁକ୍ରବାର ସକାଳେ ଉଦ୍ଧାର ହୋଇଛି |ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଭୀମାଗୁଡା ଗ୍ରାମର ପଦ୍ମନ ଭତ୍ରା ଙ୍କ ପୁଅ ବିଶ୍ବନାଥ ଭତ୍ରା (୧୪) ଗୁରୁବାର ଅପରାହ୍ନ ୪ ଘ. ସମୟରେ ଘରୁ କେଉଁ ଆଡେ ଚାଲି ଯାଇଥିଲେ | ରାତି ପର୍ଯ୍ୟନ୍ତ ଘର କୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ |ଶୁକ୍ରବାର ଖୋଜା ଖୋଜି କରୁଥିବା ବେଳେ ଗ୍ରାମ ପାଖ ଜମି ମଧ୍ୟରେ ଥିବା ଏକ କୂଅ ଭିତରେ ବିଶ୍ବନାଥ ଭାସୁଥିବା ଦେଖୁଥିଲେ । ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ପରେ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ନାବାଳକକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଏନେଇ ମୃତକର ପିତା ପଦ୍ମନ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି |ଏନେଇ ଥାନା କେସ ନଂ ୩୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |