ଭିଜିଲାନ୍ସ ଜାଲରେ ଇଡକୋ ଚିଫ ଜେନେରାଲ ମ୍ୟାନେଜର

ଭୁବନେଶ୍ବର,,୨୬।୧୨:ବରିଷ୍ଠ ଓଏଏସ୍ ଅଧିକାରୀ ତଥା ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ସରୋଜକାନ୍ତ ମହାନ୍ତିଙ୍କ ଘରୁ ପୁଳାପୁଳା ଟଙ୍କା ଓ ସମ୍ପତ୍ତି ଠାବ କରିଛି ରାଜ୍ୟ ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଆଜି ଶ୍ରୀ ମହାନ୍ତିଙ୍କ ସରକାରୀ ବାସଭବନ ସମେତ ମୋଟ ୭ଟି ସ୍ଥାନରେ ଚଢ଼ଉ କରି କୋଟି କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି ଠାବ କରିଛି।ଏହି ସମ୍ପତ୍ତିଗୁଡ଼ିକର ପରିମାଣ ବହୁ କୋଟି ଟଙ୍କା ହେବ ବୋଲି ପ୍ରାରମ୍ଭିକ ଆକଳନ କରାଯାଉଛି । ଏହାସହିତ ତାଙ୍କର ବ୍ୟାଙ୍କ, ବୀମା ଆଦିବରେ ୭୦.୫୫ଲକ୍ଷ ଟଙ୍କାର ଡିପୋଜିଟ୍‌, ୭୦୩ଗ୍ରାମ ସୁନା ଓ ୮୬୯ଗ୍ରାମ ରୂପା, ତାଙ୍କର ଗୋଟିଏ ଅଟା କଳ ମଧ୍ୟ ଥିବା ଭିଜିଲାନ୍ସ ଚଢ଼ଉବେଳେ ଜାଣିବାକୁ ପାଇଛି ।ଭିଜିଲାନ୍ସ ଜାଲରେ ଇଡକୋ ଚିଫ ଜେନେରାଲ ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏଏସ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢ଼ାଉ । ଭୁବନେଶ୍ୱର, କଟକ ଓ ଯାଜପୁରର ଏକାକାଳୀନ ୭ଟି ସ୍ଥାନରେ ମାରାଥନ ଚଢାଉ ଜାରି ରହିଛି। ଏହି ଚଢାଉରେ ୧୦ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ଅଛନ୍ତି। 5T ଅଧୀନରେ ଭିଜିଲାନ୍ସ ଆସିବା ପରେ ଦୁର୍ନୀତିଖୋରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!