ରାଜ୍ୟରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର,୫ା୧ :   ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଆସନ୍ତା ନିର୍ବାଚନ ପାଇଁ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ରହିଛି ୩.୩୨ କୋଟି । ଚଳିତବର୍ଷ ରାଜ୍ୟର ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ ନାଗରିକ ଭୋଟ ଦେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।ମୋଟ୍ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ବୋଲି ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।ଗତ ଥର ଅପେକ୍ଷା ଚଳିତବର୍ଷ ଏହି ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟରଙ୍କ ନାମ ସାମିଲ କରାଯାଇଛି । ଏଥିମଧ୍ୟରୁ ଯୁବ ଭୋଟରଙ୍କ ସଂଖ୍ୟା ରହିଛି ୪ ଲକ୍ଷ ୭୬ ହଜାର ୯୬୯ । ସେହିପରି ୭ ଲକ୍ଷ ୧୬ ହଜାର ନାଗରିକ ମଧ୍ୟ ଏହି ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି । ତେବେ ରିପୋର୍ଟ ଅନୁସାରେ, ରାଜ୍ୟରେ ମହିଳା ଭୋଟରଙ୍କ  ସଂଖ୍ୟାରେ ବୃଦ୍ଧି ଘଟିଛି । ୧ ହଜାର ପୁରୁଷରେ ୯୭୨ ଜଣ ମହିଳା ଭୋଟର ରହିଥିବା ଏହି ତାଲିକାରୁ ଜାଣିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!