କଟକ,,୫ା୧: ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ କଟକ ଗସ୍ତରେ ଆସି ବାଲିଯାତ୍ରା ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଜନସାଧାରଣଙ୍କୁ ଗମନାଗମନ ଓ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ନିଶ୍ଚିତ କରିଛନ୍ତି। ପାଣ୍ଡିଆନ୍ କହିଛନ୍ତି ଯେ, କଟକରେ ଲକ୍ଷ୍ମୀ ବସ୍ ଚାଲିବ। ଏଥିରେ ଛାତ୍ରଛାତ୍ରୀ ଓ ମହିଳା ମାତ୍ର ୫ ଟଙ୍କାରେ ଯାତ୍ରା କରିପାରିବେ। ଏହାସହ ଜିଲ୍ଲାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚିବ। କଟକରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଲକ୍ଷ୍ମୀ-ବସ । ଆଜି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଆଜି କଟକରେ ପହଞ୍ଚି ଏହି ଘୋଷଣା କରିଛନ୍ତି । ବାଲିଯାତ୍ରା ପଡ଼ିଆରେ ପାଣ୍ଡିଆନ ଆଜି ଏହି ସୂଚନା ଦେଇଛନ୍ତି । ତେବେ ଫେବ୍ରୁଆରୀ ଶେଷ ସୁଦ୍ଧା କଟକରେ ଏହି ସେବା ଆରମ୍ଭ କରାଯିବା ନେଇ ଯୋଜନା ରହିଛି ।ତେବେ ଛାତ୍ରଛାତ୍ରୀଙ୍କ ପାଇଁ ବସ ଟିକେଟର ମୂଲ୍ୟ ୫ ଟଙ୍କା ରହିଥିବା ଜଣାପଡ଼ିଛି । ଏହା ସହିତ ପ୍ରତି ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି, ବ୍ୟାଙ୍କ ଖୋଲିବା ନେଇ ମଧ୍ୟ କହିଛନ୍ତି ୫-ଟି ଅଧ୍ୟକ୍ଷ । ଏହା ସହିତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଗାଇ ଦିଆଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପାଣ୍ଡିଆନ । ଜାନୁଆରୀ ୬ ତାରିଖରୁ ୧୬ ତାରିଖ ମଧ୍ୟରେ BSKY କାର୍ଡ଼ ପାଇଁ ଆବେଦନ କରିପାରିବେ ବୋଲି ସେ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |