ଭୁବନେଶ୍ୱର,,୧୩।୧:ଆଜି ଓଟିଭି ଫୋରସାଇଟ୍-୨୦୨୪। ଭୁବନେଶ୍ୱରରେ ପହଞ୍ଚିଛନ୍ତି ଯୋଗଗୁରୁ ବାବା ରାମଦେବ । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଓଟିଭି ଫୋର୍ସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେବେ ବାବା ରୋମଦେବ । ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଚିନ୍ତନ ଓ ମାନସ ମଥନ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଆସାମର ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ, ମହାରାଷ୍ଟ୍ରର ପପୁଲାର୍ ମହିଳା ସାଂସଦ ପ୍ରୀୟଙ୍କା ଚର୍ତୁବେଦୀ, TV 9 ନେଟୱର୍କର ସିଇଓ ଏବଂ ଏମଡି ବରୁଣ ଦାସ ପ୍ରମୁଖ ସାମିଲ ହେବେ।ତାସହ ସ୍ୱତନ୍ତ୍ର ଭାବେ ଯୋଗଗୁରୁ ବାବା ରାମଦେବ ବି ଆଜିର କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ସେସନରେ ବିକାଶିତ ଭାରତର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ। ଏହାପରେ ‘ଗ୍ରାମୀଣ ଭାରତର ଅର୍ଥନୀତିରେ ସ୍ବଦେଶୀର ଯୋଗଦାନ ଶୀର୍ଷକ ଆଲୋଚନାରେ ବାବା ରାମଦେବ ନିଜ ମତ ବ୍ୟକ୍ତ କରିବେ। ଏହା ପରେ ପରେ ‘ଖବରର ଭବିଷ୍ୟତ’, ‘ଗଣମାଧ୍ୟମର ଭୂମିକା’, ମୋଦି ବନାମ୍ ‘I.N.D.I.A’ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |