୨୬ରୁ ଅନୁଷ୍ଠିତ ହେବ ଆଦିବାସୀ ମେଳା

ଭୁବନେଶ୍ୱର,୧୩ା୧: ଆସନ୍ତା ୨୬ ତାରିଖରୁ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’। ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବା ନେଇ ରହିଛି କାର୍ଯ୍ୟକ୍ରମ । ଏଥିସହ ପ୍ରସ୍ତୁତି କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚିଛି । ଚଳିତବର୍ଷ ମେଳା ପରିସରରେ ୧୦୭ ଟି ଷ୍ଟଲ୍‌‌ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଏବଂ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି। ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି କରାଯିବା ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ସେହିପରି ଜନଜାତି ବର୍ଗଙ୍କ ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ଲକଙ୍କ ସହ ପରିଚିତ କରାଇବା ମଧ୍ୟ ଆଉ ଏକ ଲକ୍ଷ୍ୟ ରହିଛି ।ଏହା ସହ ୧୦ଟି ଘର ବା ଆଦିବାସୀ ଗ୍ରାମରେ ଝଲସିବ ଜନଜାତିଙ୍କ ଜୀବନଶୈଳୀ । ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ମେଳାର ଆକର୍ଷଣ ପାଲଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!