ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍‌, ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ବାଲେଶ୍ୱର,୧୩ା୧:ନୀଳଗିରିରୁ ବାଲେଶ୍ୱରକୁ ଆଜିଠାରୁ ଗଡ଼ିଲା ପାସେଞ୍ଜର ଟ୍ରେନ। ଆଉ ପୂରଣ ହେଲା ନୀଳଗିରିବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ। ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡ଼ିଛି ଟ୍ରେନ।  ପତାକା ଦେଖାଇ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଥିବା ବେଳେ ଅନେକ ଲୋକ ସେଠାରେ ଏକାଠି ହୋଇଛନ୍ତି । ନୀଳଗିରି ବ୍ଲକ୍‌ ଗୋପୀନାଥପୁର ଯାଏ ମାଲ୍‌ବାହୀ ଟ୍ରେନ୍‌ ଚାଲିବା ନେଇ ପୂର୍ବରୁ ରେଳଲାଇନ୍‌ ଥିଲା। ଫଳରେ ଉକ୍ତ ରେଳଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିଲା।ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରଛନ୍ତି।ଟ୍ରେନଟି ପ୍ରତିଦିନ ତିନି ଥର ନୀଳଗିରିରୁ ବାଲେଶ୍ୱରକୁ ଯିବା ଆସିବା କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!