ବଦଳିଲେ ୪ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ

ଭୁବନେଶ୍ୱର,୧୮।୧: ରାଜ୍ୟ ସରକାର ୪ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି । ସୁବର୍ଣ୍ଣପୁର, ନୟାଗଡ଼, ବଲାଙ୍ଗିର ଓ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି ହୋଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଉ ଜଣେ ଓଏଏସ୍ ଅଫିସରଙ୍କୁ ଉପପ୍ରଶାସକ ଭାବେ ନିଯୁକ୍ତି ମିଳିଛି।ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ସୂର୍ଯ୍ୟନାରାୟଣ ଦାସଙ୍କୁ ପଂଚାୟତିରାଜ  ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରିଛନ୍ତି।ସେହିପରି ନୟାଗଡ଼ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଅଫିସର ସୁଚାରୁ କୁମାର ବଳଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେଠାରେ ଥିବା ବରିଷ୍ଠ ଓଏଏସ୍ ଲମ୍ବୋଧର ଧରୁଆଙ୍କୁ ନୂଆପଡ଼ା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ଯାଜପୁର ଉପଜିଲ୍ଲାପାଳ ଗୋପିନାଥ କହଁରଙ୍କୁ ପୁରୀ ଉପଜିଲ୍ଲାପାଳ ଓ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କୁ ଭଦ୍ରକ ସିଡିଏମଓ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛି।ସେହିପରି ପୁରୀ ଉପଜିଲ୍ଲାପାଳ ଓଏଏସ୍ ଅଫିସର ଭାବତରଣ ସାହୁଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉପପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି । ବଲାଙ୍ଗିର ତହସିଲଦାର ଅମିତ୍ କୁମାର ନାୟକଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।ଓଏଏସ ଅଫିସରସ୍ତରରେ ଏହି ବଦଳି ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!