ଭୁବନେଶ୍ୱର,,୧୮।୧: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଅନୁଭୂତ । ଟ୍ୱିନସିଟି କଟକ ଏବଂ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ ଦେଖାଦେଇଛି । ଘନ କୁହୁଡ଼ି ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଟ୍ବିନ୍ସିଟିରେ ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ । ରାଜରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ୫୦ ମିଟର ଦୂରକୁ ଦେଉନାହିଁ ଦୃଶ୍ୟମାନ । ଏତିକି ବେଳେ ଗାଡ଼ି ମୋଟର ଯାତାୟତରେ ଅସୁବିଧା ଦେଖାଦେଇଛି । ଅନ୍ୟପଟେ ଏଣିକି ରାତିର ତାପମାତ୍ରା ହ୍ରାସ ପାଇବ । ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରି କମିବାକୁ ଥିବାରୁ ଶୀତର ପ୍ରକୋପ ପୁଣିଥରେ ବୃଦ୍ଧି ପାଇବ । ଅନେକ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନି । ତେବେ କିଛି ଦିନ ଯାଏଁ ଘନ କୁହୁଡ଼ି ପାଇଁ ରାଜ୍ୟରେ ଏତେ ପରିମାଣରେ ଶୀତ ଅନୁଭୂତ ହେଉନାହିଁ । ଗଲା ମକର ସଂକ୍ରାନ୍ତି ପରେ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । କୁହୁଡ଼ି ପ୍ରଭାବ ଯୋଗୁଁ ଅନେକ ବିମାନ ଏବଂ ଟ୍ରେନ ଯାତାୟାତରେ ବିଳମ୍ବ ଘଟୁଛି । ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ପଡିଛି। ଦିଲ୍ଲୀର ତାପମାତ୍ରା ୪ ଡିଗ୍ରୀ ସେଲସିୟସ ତଳେ ରହିଛି। ରାଜଧାନୀରେ ଘନ କୁହୁଡି ଏବଂ କମ ଦୃଶ୍ୟମାନ ହେତୁ ଅନେକ ବିମାନ ଏବଂ ଟ୍ରେନ୍ ବିଳମ୍ବରେ ଚାଲୁଛି। ଆଜି ଜାମ୍ମୁ-କାଶ୍ମୀର, ଲଦାଖ ଏବଂ ଉତ୍ତରାଖଣ୍ଡରେ ତୁଷାରପାତ ହେବାର ସମ୍ଭାବନା ରହିଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ହରିୟାଣାରେ ଥଣ୍ଡା ଲହରୀ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟପ୍ରଦେଶରେ ପ୍ରବଳ ଥଣ୍ଡା ଏବଂ ବିହାରରେ ଅତ୍ୟଧିକ ଶୀତର ସତର୍କ ସୂଚନା ରହିଛି। ପାଣିପାଗ ବିଭାଗ କହିଛି ଯେ, ଥଣ୍ଡା ଏବଂ କୁହୁଡିରୁ ମୁକ୍ତି ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।ଘନ କୁହୁଡ଼ି ହେତୁ ଗୁରୁବାର ସକାଳେ ଦିଲ୍ଲୀ-ଏନସିଆରରେ ଦୃଶ୍ୟମାନତା ବହୁତ କମ୍ ରହିଥିଲା। ଏହି କାରଣରୁ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅନେକ ବିମାନ ବିଳମ୍ବ ହୋଇଛି। ଏହାପୂର୍ବରୁ ବୁଧବାର ଦିନ ଦିଲ୍ଲୀ ବିମାନବନ୍ଦରରେ ୧୭୦ ବିମାନ ପ୍ରଭାବିତ ହୋଇଥିଲା। ଏହି କାରଣରୁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଅସୁବିଧାରେ ପଡ଼ିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |