ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ; ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ପହଞ୍ଚିଲା ୧୨ଟି ବସ୍

ପୁରୀ,୧୯ା୧: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ପହଞ୍ଚିଲା ୧୨ଟି ବସ୍ । ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ସ୍ବାଗତ । ଏହି ସୁପର ପ୍ରିମିୟର ବସର କିମି ପିଛା ୨ଟଙ୍କା ୪୪ ପଇସା । ମହିଳାଙ୍କ ପାଇଁ ବସରେ ୫୦% ରିହାତି । ପୁରୀକୁ ଗଡ଼ିବ ୮୦ଟି ଜଗନ୍ନାଥ ଏକ୍ସପ୍ରେସ ବସ୍ ।5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା । ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ବସ୍‌ସେବା ଆରମ୍ଭ ହେଲା । ଜିଲ୍ଲା ସଦରମହକୁମାରୁ ଭୁବନେଶ୍ଵର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌ ।“ଲକ୍ଷ୍ମୀ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ୍‌ର ମୂଲ୍ୟ ୫ ଟଙ୍କା, ଶ୍ରୀଜଗନ୍ନାଥ ଏକ୍ସପ୍ରେସରେ ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ । ଏହା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ଓଡିଶା ବିକାଶର ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!