କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍

ସୁନ୍ଦରଗଡ଼,୧୯ା୧: ସୁନ୍ଦରଗଡ଼ର ଜଣେ କୋଇଲା ବ୍ୟବସାୟୀଙ୍କ ଘରେ ଶୁକ୍ରବାର ରେଡ୍‌ ଚାଲିଛି। ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଏହି ରେଡ୍‌ ଚାଲିଛି। ଏକକାଳୀନ ସୁନ୍ଦରଗଡ଼, ରାଉରକେଲା ଏବଂ ବରଗଡ଼ରେ ଚଢ଼ାଉ ଚାଲିଛି। ଏହା ବ୍ୟତୀତ ଘର ଅଫିସ ଏବଂ ଫ୍ୟାକ୍ଟ୍ରିରେ ମଧ୍ୟ ଛାନ୍‌ଭିନ୍‌ ଚାଲିଛି। ଦୁଇଦିନ ହେଲା ଓଡ଼ିଶା ଏବଂ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି।ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି। ବ୍ୟବସାୟୀ ଘର ଓ ଶିଳ୍ପାନୁଷ୍ଠାନ ସହିତ ୧୦ଟି ସ୍ଥାନରେ ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ରେଡ୍ ହୋଇଛି। ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେଲାଣି ଏହି ରେଡ୍ ଚାଲିଛି।ସୁନ୍ଦରଗଡ଼ ଗୋପାଲପୁରରେ ଥିବା ଘର ଓ ଫ୍ୟାକ୍ଟ୍ରି, ରାଉରକେଲା, ବରଗଡ଼ରେ ଥିବା ଅଫିସ ଏବଂ ଛତିଶଗଡ଼ର ରାୟଗଡ଼ରେ ଥିବା ଘର ଓ ରାୟପୁର ଓ ବିଳାସପୁରରେ ଥିବା ଘରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୧୦୦ରୁ ଅଧିକ ଆୟକର ଅଧିକାରୀ ସାମିଲ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!