ଆସିଲା ରାମ ଲଲାଙ୍କ ମୂର୍ତ୍ତିର ଫଟୋ,୫୦୦ ଟଙ୍କିଆ ନୋଟରେ ଲାଗିବ ପ୍ରଭୁ ଶ୍ରୀରାମଙ୍କ ଫଟୋ

ନୂଆଦିଲ୍ଲୀ,୧୯ା୧: ଜାନୁୟାରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ।ମିଡିଆ ଏବଂ ସୋସିଆଲ ମିଡିଆ ସବୁଠି ପ୍ରଭୁ ଶ୍ରୀରାମ ଏବଂ ରାମ ମନ୍ଦିରକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହାମଧ୍ୟରେ ସାମ୍ନାକୁ ଆସିଛି ରାମଲଲାଙ୍କର ପ୍ରଥମ ପୂର୍ଣ୍ଣ ଛବି । ପ୍ରଭୁ ଶ୍ରୀରାମଙ୍କ ହସ ହସ ମୁହଁ ସାଙ୍ଗକୁ ମଥାରେ ତିଳଙ୍କ ତାଙ୍କୁ ଆହୁରି ଆକର୍ଷଣୀୟ କରିଦେଇଛି । ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ଅଭିଷେକ ସମାରୋହ ପୂର୍ବରୁ ଗତ ୧୮ ତାରିଖ ଦ୍ୱିପ୍ରହର ସମୟରେ ରାମ ଜନ୍ମଭୂମି ମନ୍ଦିରର ଗର୍ଭଗୃହରେ ପ୍ରଭୁ ରାମଙ୍କ ନୂଆ ମୂର୍ତ୍ତି ରଖାଯାଇଥିଲା । କ୍ରେନ ସାହାଯ୍ୟରେ ରାମଲଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା । ଏଣିକି ୫୦୦ ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ରହିବ ପ୍ରଭୁ ଶ୍ରୀରାମଙ୍କ ଫଟୋ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି ସ୍ପେଶାଲ ନୋଟ ଜାରି କରିବେ ବୋଲି ଦାବି କରାଯାଉଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଆଲୋଚନା ହେବାରେ ଲାଗିଛି ।ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଚିତ୍ର ବ୍ୟତୀତ ନୋଟରେ ଆହୁରି ଅନେକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ଲାଲକିଲ୍ଲା ବଦଳରେ ନୋଟରେ ସ୍ଥାନ ପାଇଛି ଅଯୋଧ୍ୟାର ଶ୍ରୀରାମ ମନ୍ଦିର । ଏହାସହିତ ପ୍ରଭୁ ରାମଚନ୍ଦ୍ରଙ୍କ ଧନୁ-ଶର ମଧ୍ୟ ଏହି ୫୦୦ ଟଙ୍କିଆ ନୋଟରେ ସ୍ଥାନ ପାଇଛି । ଆସନ୍ତା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରିଜର୍ଭ ବ୍ୟାଙ୍କ ତରଫରୁ ଏହି ନୋଟ ଜାରି କରାଯିବ ବୋଲି ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଥିବା ଦେଖାଯାଇଛି । ଏହି ପୋଷ୍ଟ ସମସ୍ତ ଦେଶବାସୀଙ୍କୁ ବର୍ତ୍ତମାନ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ତେବେ ଏହା ଏକ ମିଥ୍ୟା ଖବର ବା ଗୁଜବ ବୋଲି ପ୍ରମାଣିତ ହୋଇଛି ।

Ram Lala2 1705661093

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!