ଭୁବନେଶ୍ୱର,୨୦।୧: ଆଜି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା। ଘରେ ଘରେ ପ୍ରତ୍ୟକ ହିନ୍ଦୁ ମାନଙ୍କ ଆରାଧ୍ୟ ସୂର୍ଯ୍ୟ ଭଗବାନଙ୍କ ପୂଜା ଅନୁଷ୍ଠିତ ହେଉଛି। ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ ହୋଇଉଠିଛି।ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ସମୁଦ୍ରରେ ବୁଡ଼ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ଆଜି ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା କରାଯାଉଛି ।ପ୍ରତି ଓଡିଆଙ୍କ ଘରେ ଘରେ ବି ସୂର୍ଯ୍ୟପୂଜା କରାଯାଉଛି। ପୁରାଣ କଥାବସ୍ତୁ ଅନୁଯାୟୀ ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବା କୁଷ୍ଠରୋଗରେ ପୀଡିତ ହୋଇଥିଲେ । କୁଷ୍ଠ ରୋଗରୁ ମୁକ୍ତି ପାଇବା ଲାଗି ଶାମ୍ବ ସୂର୍ଯ୍ୟ ଦେବଙ୍କୁ ପୂଜା କରିଥିଲେ । ୧୨ ବର୍ଷର ତପସ୍ୟା ପରେ ସୂର୍ଯ୍ୟଙ୍କ ଠାରୁ ବରଦାନ ପାଇ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ପୁରାଣର ଏହି କଥାକୁ ଆଧାର କରି ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା କରାଯାଇଥାଏ । ପରିବାର ଲୋକଙ୍କ ମଙ୍ଗଳ କାମନା କରି ବିଭିନ୍ନ ପ୍ରକାର ପିଠା ପଣା, ମିଷ୍ଠାନ୍ନ ଆଦି ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲାଗି କରାଯାଇଥାଏ । ସେହିପରି ଶାମ୍ବଦଶମୀ ତିଥିରେ କୋଣାର୍କ ଅବଧୂତ ମଠ ଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ। ସୂର୍ଯ୍ୟ ରଥକୁ ଟାଣିବା ଲାଗି ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |