କଟକ,,୧୯ା୧: ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା। କଟକର ସିଡିଏ ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ଅନାଦି ସାହୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ୨ରୁ୩ ବର୍ଷ ହେବ ସେ ଶର୍ଯ୍ୟାଶାୟୀ ଥିଲେ। ଅନାଦି ସାହୁ ଜଣେ ଦକ୍ଷ ପୁଲିସ ଅଧିକାରୀଭାବେ ତାଙ୍କ ନାଁ ଥିଲା। ଏହାସହ ସେ ରାଜନୀତିରେ ମଧ୍ୟ ସାମିଲ ହୋଇଥିଲେ। ବ୍ରହ୍ମପୁରରୁ ବିଜେପିର ସାଂସଦ ମଧ୍ୟ ହୋଇ ଥିଲେ। କିଛି ବର୍ଷ ହେଲା ଅନାଦି ସାହୁ ରାଜନୀତ ଦୂରେଇ ଯାଇଥିଲେ।ସାହିତ୍ୟ କ୍ଷେତ୍ରରେ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି। ସେ ବିଭିନ୍ନ ପୁସ୍ତକ ଲେଖିଛନ୍ତି। ଅନାଦି ସାହୁଙ୍କ ଶେଷ ଦର୍ଶନ କରିବା ପାଇଁ ସିଡିଏ ସ୍ଥିତ ବାସଭବନରେ ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି। ଅନାଦି ସାହୁଙ୍କ ଶେଷକୃତ୍ୟ କଟକର ସତୀ ଚଉରାରେ ହେବ ବୋଲି ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |