କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା , ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ

କଟକ,୧୯ା୧: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ହାଇକୋର୍ଟରେ ପହଞ୍ଚିଛି। କୋର୍ଟ ଏହି ମାମଲାର ଶୁଣାଣୀ କରି ୨୪ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବାରଣ କରିଛନ୍ତି। ଏବେ ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ । ପୂର୍ବରୁ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ । ମାତ୍ର ୨୪ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।ଜାନୁଆରୀ ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶା ଜୁନିଅର ଟିଚର ସିବିଟି ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶ ପରେ, ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ । ଗୁରୁବାର ଓସେପା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପରେ, ଗତକାଲି ଭୁବନେଶ୍ୱର ଲୋୟର ପିଏମଜିରେ ଆଶାୟୀମାନେ ଧାରଣା ଦେଇଥିଲେ ।ନିଯୁକ୍ତି ପାଇଁ ହୋଇଥିବା କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ର ମେରିଟ୍ ତାଲିକା ପ୍ରକାଶ ପାଇବ ପରେ ପ୍ରାଥୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବୁଧବାର ଦିନ ବହୁ ଆଶାୟୀମାନେ ୨୦୨୩ ମସିହାରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଦ୍ୱାରା କରାଯାଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ହୋଇଥିବା ଅନିୟମିତତା ଉପରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶହ ଶହ ପ୍ରାର୍ଥୀ ଦୁଇଦିନ ଧରି ଭୁବନେଶ୍ୱରରେ ଥିବା ଓସେପା କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ଯେ ମେରିଟ୍ ତାଲିକା ପ୍ରକାଶ ପାଇବା ପୂର୍ବରୁ ପରୀକ୍ଷାର କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇ ନାହିଁ। ଯଦିଓ ଅନେକ ପରୀକ୍ଷାର୍ଥୀ ଅଧିକ ମାର୍କ ପାଇଛନ୍ତି, ତଥାପି ସେମାନଙ୍କୁ ମେରିଟ୍ ତାଲିକାରୁ ବାଦ ଦିଆଯାଇଛି, ସେମାନେ କହିଛନ୍ତି ଯେ, ଯେଉଁମାନେ ସିବିଟି କ୍ଳିଅର କରିଛନ୍ତି ସେମାନଙ୍କ ଅନ୍ତିମ ତାଲିକା ପ୍ରକାଶ ପାଇନାହିଁ।ସେପଟେ ଓସେପା କିନ୍ତୁ ଚୟନରେ ଅନିୟମିତତାକୁ ଅସ୍ୱୀକାର କରିଛି । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ସରକାରଙ୍କ ରିଜୋଲ୍ୟୁସନ୍ ଆଧାରରେ ସ୍ୱଚ୍ଛତାର ସହ ସବୁ କିଛି ହେଉଛି । ସେହିପରି ଇ-ଆଡମିଟ୍ କାର୍ଡରେ ଅଜବ ନାଁ ସଂପର୍କରେ ବି ପ୍ରତିକ୍ରିୟା ଦେଇ, ଅଟୋଜେନେରେଟେଡ ଆଡମିଟ କାର୍ଡ ପାଇଁ ଏଭଳି ନାଁ ଆସିଥିବା ଏବଂ ସେଭଳି ପ୍ରାର୍ଥୀ ପରୀକ୍ଷାରେ ବସିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!