ଓଡିଆ ପୁଅଙ୍କୁ ‘ସେନା ମେଡାଲ୍’

ନୂଆଦିଲ୍ଲୀ,୨୦।୧ : ୩୦ ବର୍ଷ ବୟସରେ ଓଡିଆ ପୁଅକୁ ମିଳିଛି ‘ସେନା ମେଡାଲ୍’। ‘ଲସ୍କର-ଏ-ତୋଏବା’ ପରି ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀଙ୍କୁ ନିପାତ କରି ସାଧାରଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ପାରିଥିବାରୁ ମିଳିଛି ଏହି ମେଡାଲ । ପାରାଦୀପ ପିପିଏଲର ବନ୍ତ ପାଢୀଙ୍କ ପୁଅ ମେଜର ପ୍ରଭଞ୍ଜନ ପାଢୀଙ୍କୁ ମିଳିଛି ସେନା ମେଡାଲ୍।ବୀରତ୍ୱ ଓ ସାହସିକତାର ପୁରସ୍କାର “ସେନା ପଦକ” ପାଇବା ପରେ ପ୍ରଭଞ୍ଜନଙ୍କ ଘରେ ଖୁସି କହିଲେ ନସରେ । ସବୁ ଓଡିଆଙ୍କ ପାଇଁ ତାଙ୍କ ପୁଅ ଗୌରବ ଆଣିଥିବା କହିଛନ୍ତି ବନ୍ତ ପାଢୀ|ଦକ୍ଷିଣ କାଶ୍ମୀରର ଏକ ଜିଲ୍ଲାରେ କାଉଣ୍ଟର ଟେରରିଷ୍ଟ ଅପରେସନର ନେତୃତ୍ୱ ନେଇଥିଲେ ମେଜର ପ୍ରଭଞ୍ଜନ ପାଢୀ। ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନର କମ୍ପାନୀ କମାଣ୍ଡର ଭାବରେ ନିଜ ଟିମ୍ ନେଇ ଆତଙ୍କୀମାନଙ୍କୁ ଘେରିଥିଲେ । ଅନ୍ଧାର ରାତିରେ ଆତଙ୍କବାଦୀଙ୍କ ଘନ ଘନ ଗ୍ରେନେଡ ଓ ରକେଟ ମାଡକୁ ଭୂକ୍ଷେପ ନକରି ଅପରେସନ ସଫଳ କରିଥିଲେ।ଆର୍ମି ଡେ ପରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନଜନକ ସେନା ପଦକ ପ୍ରଦାନ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!