ଭୁବନେଶ୍ୱର,୨୦।୧:ଆଜି ଚିଲିକାରେ ହେଉଛି ଡଲଫିନ ଗଣନା। ସକାଳ ୬ଟାରେ ଗଣତି ଆରମ୍ଭ ହୋଇଛି। ଏହି ଡଲଫିନ ଗଣନା ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୮ରୁ ୧୦ ଜଣସଦସ୍ୟ ରହିଛନ୍ତି। ଭିଡିଓଗ୍ରାଫି, ଫୋଟୋଗ୍ରାଫି, ବାଇନାକୁଲର ଏବଂ ଜିପିଏସ ବ୍ୟବହାର ଦ୍ୱାରା ଗଣନା କରାଯାଉଛି।ସକାଳ ୬ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ, ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି । ଭିଡିଓଗ୍ରାଫି, ଫୋଟୋଗ୍ରାଫି, ବାଇନାକୁଲର ଏବଂ ଜିପିଏସ ବ୍ୟବହାର ଦ୍ୱାରା ଗଣନା କରାଯାଉଛି ।ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି । ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡଙ୍ଗା ଓ ଟ୍ୟୁରିଷ୍ଟ ଡଙ୍ଗା ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି ।କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି । ସାମୁଦ୍ରିକ ଅଭୟାରଣ୍ୟର ଆଖପାଖ ନଈନାଳରେ ଏହି ଗଣନା କରାଯାଉଛି । ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି । ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।ଯଦି କୋହଲା ପାଗ ରହିବ ତେବେ ଗଣନା ଆହୁରୀ ୩ ଦିନ ଚାଲିବ । ଚିଲିକା ନୀଳ ଜଳରାଶିରେ ଇରାୱାଡ଼ି ପ୍ରଜାତିର ଡଲଫିନ୍ ଦେଖାଯାଉଥିବା ବେଳେ ସାତପଡ଼ା ମୁହାଣ ଅଂଚଳରେ ବଟଲ ନୋଜ୍ ପ୍ରଜାତିର ଡଲଫିନ୍ ଦେଖାଯାଆନ୍ତି । ତେବେ ଗତ ବର୍ଷ ଚିଲିକାରେ ୧୭୩ଟି ଡଲଫିନ୍ ଠାବ ହୋଇଥିବା ବେଳେ ୧୫୪ଟି ଇରାୱାଡ଼ି ପ୍ରଜାତିର ଏବଂ ୧୯ଟି ୧୯ଟି ବଟଲ ନୋଜ୍ ପ୍ରଜାତିର ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |