ଭୁବନେଶ୍ୱର,,୨୦।୧: ଆଜି 12 ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା। ଗୁଡ଼ଭେଳା ବ୍ଲକ ନୁଆଁପଡା ପେକ୍ସ ରେ ଧାନ କଟନୀ ଛଟନୀ ଓ ଚାଷୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ତୁଷୁରା ଓ ଗୁଡ଼ଭେଳା ବ୍ଲକ 12 ଘଣ୍ଟିଆ ବନ୍ଦ ରହିବ । ସକାଳ 6 ରୁ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା। ତୁଷୁରା ୟୁଥ ଏକ୍ସନ କମିଟି ଓ ଚାଷୀ ସଂଗଠନ ପକ୍ଷରୁ ବନ୍ଦ ଡାକରା। ଦୋକାନ, ବଜାର,ସ୍କୁଲ, କଲେଜ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଡାକରା।ଶନିବାର ତୁଷୁରା ଏବଂ ଗୁଡଭେଲା ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଗୁଡଭେଲା ଚାଷୀ ସଂଗଠନ ଓ ତୁଷୁରା ୟୁଥ୍ ଆକ୍ସନ୍ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଧାନ ମଣ୍ଡିରେ କଟନୀଛଟନୀ ଓ ମିଲରଙ୍କ ମନମାନି ବିରୋଧରେ ଏହି ବନ୍ଦ ପାଳନ କରାଯାଉଛି। ଜିଲ୍ଲାରେ ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି। ସହରର ଛକ ସ୍ଥାନ ମାନଙ୍କରେ ପିକେଟିଂ କରାଯାଉଥିବା ଦେଖିବାକୁ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |