ମୁମ୍ବାଇ,୨୧।୧:ପ୍ରାଣ ପ୍ରତିଷ୍ଠାକୁ ନେଇ ଦେଶରେ ୯ଟି ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ସରକାର। ମହାରାଷ୍ଟ୍ର ସରକାର ମଧ୍ୟ ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଚାରିଜଣ ଛାତ୍ର ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ ଜିଏସ କୁଲକର୍ଣ୍ଣି ଏବଂ ନୀଲା ଗୋଖଲେଙ୍କ ବେଞ୍ଚ ରବିବାର ଛାତ୍ରୀଛାତ୍ରଙ୍କ ଆବେଦନ ଉପରେ ଶୁଣାଣି କରିବେ। ମହାରାଷ୍ଟ୍ର ସରକାରଙ୍କ ଛୁଟି ଘୋଷଣାକୁ ନେଇ ଚାରିଜଣ ଛାତ୍ର ବମ୍ବେ ହାଇକୋର୍ଟରେ ପିଏଲ ଦାଖଲ କରିଛନ୍ତି। ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି। ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଅଯୋଧ୍ୟାରେ୧୨୫ କଳସରେ ରାମଲାଲାଙ୍କ ବିଗ୍ରହର ଦିବ୍ୟସ୍ନାନ କରାଯାଇ ମହାପୂଜା କରାଯିବ । ପ୍ରାଣ ପ୍ରତିଷ୍ଠା ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାରାଷ୍ଟ୍ର ସରକାର ଜାନୁଆରୀ ୨୨ ତାରିଖକୁ ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଥିଲେ । ଯେଉଁଥିପାଇଁ ବହୁ ବିବାଦ ଦେଖାଦେଇଥିଲା।ଆବେଦନକାରୀ MNLU, ମୁମ୍ବାଇ, GLC ଏବଂ ସାଧାରଣ ବିଦ୍ୟାଳୟର ଛାତ୍ର ଅଟନ୍ତି । ଏନେଇ ଆବେଦନକାରୀମାନେ କହିଛନ୍ତି ଯେ, କୌଣସି ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ସର୍ବସାଧାରଣ ଛୁଟି ଘୋଷଣା ସମ୍ବିଧାନରେ ଧର୍ମନିରପେକ୍ଷତାର ନୀତିର ଉଲ୍ଲଂଘନ ଅଟେ। କୌଣସି ରାଜ୍ୟ କୌଣସି ଧର୍ମ ସହ ଜଡିତ ହୋଇପାରିବ ନାହିଁ ବୋଲି ସେମାନେ ତର୍କ ରଖିଛନ୍ତି।ପିଟିଶନରେ ସେମାନେ କହିଛନ୍ତି, ହିନ୍ଦୁ ମନ୍ଦିରର ଉଦଘାଟନ ଉତ୍ସବ ପାଳନ କରିବା, ଏଥିରେ ଖୋଲାଖୋଲି ଭାବେ ଅଂଶଗ୍ରହଣ କରିବା ଏବଂ ଏକ ନିର୍ଦ୍ଦିିଷ୍ଟ ଧର୍ମ ସହ ଜଡିତହେବା ଧର୍ମନିରପେକ୍ଷତା ନୀତି ଉପରେ ପ୍ରତ୍ୟକ୍ଷ ଆକ୍ରମଣ। ସାଧାରଣ ଛୁଟି ଘୋଷଣା ସମ୍ବନ୍ଧୀୟ କୌଣସି ନୀତି ଶାସକ ଦଳର ଇଚ୍ଛା ଏବଂ ଇଚ୍ଛା ଉପରେ ଆଧାରିତ ହୋଇପାରିବ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |