ଜ୍ଞାନବାପୀ ମାମଲା ରେ ହିନ୍ଦୁଙ୍କୁ ମିଳିଲା ପୂଜା ଅନୁମତି

ବାରଣାସୀ,୩୧।୧:ବାରଣାସୀର ଜିଲ୍ଲା କୋର୍ଟରେ ଜ୍ଞାନବ୍ୟାପୀ ମାମଲାରେ ବଡ ନିଷ୍ପତ୍ତି ଆସିଛି । ଜ୍ଞାନବ୍ୟାପୀର ବ୍ୟାସ ପରିସରରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ ଅଧିକାର ଦିଆଯାଇଛି । କୋର୍ଟ ଜିଲ୍ଲା ପ୍ରଶାସନକୁ ୭ ଦିନ ଭିତରେ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ବେସମେଣ୍ଟ ମସଜିଦ୍ ତଳେ ରହିଛି । ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବାରଣାସୀ କୋର୍ଟ। ହିନ୍ଦୁୁପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛିି। ବ୍ୟାସ ତହଖାନାରେ ହିନ୍ଦୁପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ନିଦ୍ଦେର୍ର୍ଶ ଦେଇଛନ୍ତି ବାରାଣାସୀ ଜିଲା ଜଜ ଡକ୍ଟର ଅଜୟ କୃଷ୍ଣ ବିଶ୍ୱେଶ। ଜିଲା ଜଜ, ବିଶ୍ୱନାଥ ମନ୍ଦିରର ପୁରୋହିତଙ୍କୁ ପୂଜା କରିବାକୁ ଅଦେଶ ଦେବା ସହ ବ୍ୟାରିକେଡ ହଟାଇବା ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି।ହିନ୍ଦୁୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜେନା କହିଛନ୍ତି, ତଳମହଲାରେ ପୂଜାପାଠ ପାଇଁ ଅନୁମତି ଦିଆଯାଇଛି। ସୋମନାଥ ବ୍ୟାସଙ୍କ ପରିବାର ୧୯୯୩ ପର୍ଯ୍ୟନ୍ତ ତଳ ମହଲାରେ ପୂଜା କରୁଥିଲେ। ୧୯୯୩ ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତଳ ମହଲାରେ ପୂଜା ବନ୍ଦ ହୋଇଯାଇଥିଲା। ଜାନୁଆରୀ ୧୭ରେ, ବ୍ୟାସ ତହଖାନାକୁ ଜିଲା ପ୍ରଶାସନ ନିଜ ନିୟନ୍ତ୍ରଣକୁ ଆଣିଥିଲା। ASI ସର୍ଭେ ଅପରେଶନ ସମୟରେ ତଳ ମହଲା ସଫା କରାଯାଇଥିଲା।ଜ୍ଞାନବାପୀ ମସଜିଦରେ ଏକ ତହଖାନା ଅଛି, ଯେଉଁଠି ସୋମନାଥ ବ୍ୟାସ ପୂଜାର୍ଚ୍ଚନା କରୁଥିଲେ। ୧୯୯୩ ଡିସେମ୍ବରରେ, ରାଜ୍ୟର ମୁଲାୟମ ସିଂ ଯାଦବ ସରକାରଙ୍କ ମୌଖିକ ନିର୍ଦ୍ଦେଶରେ, ତଳ ମହଲାରେ ପୂଜାପାଠକୁ ବାରଣ କରି ଏହାକୁ ସିଲ୍‌ କରାଯାଇଥିଲା। ପରେ ଏଥିରେ ବ୍ୟାରିକେଡ ଲଗାଯାଇଥିଲା। ଏହାପରେ ସୋମନାଥ ବ୍ୟାସ ଜ୍ଞାନବାପୀ ପରିସରର ଜମି ୯୧୩୦,୧୯୩୧ ଓ ୧୯୩୨କୁ ନେଇ କୋର୍ଟରେ ଏକ ଯାଚିକା ଦାୟର କରିଥିଲେ।
ଯାଚିକାରେ ଏହି ସମ୍ପତ୍ତି ଭଗବାନ ବିଶ୍ୱନାଥଙ୍କର ବୋଲି କୁହାଯାଇଥିଲା। ୧୯୯୩ରୁ ତଳ ମହଲା ବନ୍ଦ ରହିଥିଲା ଏବଂ ଏହାର ଚାବି ବାରାଣାସୀର ଜିଲା ମାଜିଷ୍ଟ୍ରେଟଙ୍କ ନିକଟରେ ରଖାଯାଇଥିଲା। ୨୦୧୬ରେ ସୋମନାଥ ବିଶ୍ୱଙ୍କ ନାତି ଶୈଳନ୍ଦ୍ର ପାଠକ ତାଙ୍କ ସମ୍ପତ୍ତି ଫେରସ୍ତ ଦାବିରେ ବାରାଣାସୀ କୋର୍ଟରେ ଆବେଦନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!