ନବରଙ୍ଗପୁର SPଙ୍କ ନିର୍ଦେଶ ରେ Atm ଲୁଟେରା ଙ୍କୁ ଗୋଡାଇ ଡାବୁଗାଁ ଅଂଚଳରେ ଧରିଲା ପୋଲିସ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୩୧।୧:ନବରଙ୍ଗପୁର:- ଡ଼ାବୁଗାଁ ଥାନା ଅଧିନ ଡ଼ାବୁଗାଁ ଉମରକୋଟ ରାସ୍ତାରେ ଥିବା ଆଦର୍ଶ ବିଦ୍ୟାଳୟ ନିକଟ ଜଙ୍ଗଲ ମଧ୍ୟରୁ ନବରଙ୍ଗପୁର ସହରରୁ ଏକ ଏଟିମକୁ ଭାଙ୍ଗି ଦୁର୍ବୃତ ନେଇ ଯାଉଥିବା ବେଳେ ନବରଙ୍ଗପୁର Sp ଙ୍କ ନିର୍ଦେଶ କ୍ରମେ ଡ଼ାବୁଗାଁ ପାପଡାହାଣ୍ଡି ଉମରକୋଟ ଥାନା ପୋଲିସଙ୍କ ମିଳିତ ଉଦ୍ୟମରେ ଦୁର୍ବୃତ ମ|ନଙ୍କୁ ଧରି ବଡ ସଫଳତା ହାସଲ କରିଛି ନବରଙ୍ଗପୁର ପୋଲିସ। ସୂଚନାଯୋଗ୍ୟ:-ଗତକାଲି ବିଳମ୍ବିତ ରାତ୍ରିରେ ନବରଙ୍ଗପୁର ବ୍ଲକ୍ କାର୍ଯ୍ୟଳୟ ପାଖରେ ଥିବା ଏଟିଏମ୍ ରୁ ୫ଜଣ ଦୁର୍ବୃତ ଚୋରିକରୀ ଖସି ପଳାଇବା ସମୟରେ ନବରଙ୍ଗପୁର ପୋଲିସ ଖବରପାଇ ଗୋଡାଇଥିଲେ ପାରେ ଚୋରମନେ ଏକ କାର ଯୋଗେ ଉମରକୋଟ ପଟକୁ ପଳାଇଯାଉଥିବା ସମୟରେ ନବରଙ୍ଗପୁର ପୋଲିସ ପାପଦହାଣ୍ଡି ପୋଲିସ ଡ଼ାବୁଗାଁ ପୋଲିସ ଉମରକୋଟ ପୋଲିସ ନବରଙ୍ଗପୁର ଆରକ୍ଷି ଅଧିକାରୀ(SP) ଉମରକୋଟ ଏସ ଡି ପି ଓ , ରାତ୍ରି ପ୍ରାୟ ଏକ ଘଣ୍ଟା ସମୟରେ ଡ଼ାବୁଗାଁ ଥାନା ଅଧୀନ ଆଦର୍ଶ ବିଦ୍ୟାଳୟ ସାମ୍ନା ଥିବା ଜଙ୍ଗଲ ମଧ୍ୟରୁ କାର ସହ ଜଣଙ୍କୁ କାବୁ କରିଥିଲେ । ପ୍ରାୟ ୬ ଘଣ୍ଟା ର ପ୍ରୟାସ ପରେ ଡ଼ାବୁଗାଁ ଥାନା ଅଧୀନ ଧାମନାଗୁଡ଼ାରୁ ଜଣଙ୍କୁ । ସରଗୁଡ଼ାରୁ ଜଣଙ୍କୁ ଓ ଖୁଟୁବାଇ ପାଖରେ ଥିବା ଆଖୁବାଡ଼ରୁ ଦୁଇ ଜଣଙ୍କୁ ଗିରଫ କରିଥିଲେ। ମୋଟ ୫ ଜଣକୁ ଗିରଫ କରାଗଲା। ଏଟିଏମ ରୁ ପ୍ରାୟ 40 ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 20 ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ଏକ କାର ଜବତ ହୋଇଥିବା ଓ ଏବେ ମଧ୍ୟ ବହୁ ଟଙ୍କା ଜଙ୍ଗଲ ମଧ୍ୟରେ ଥିବା ସୂଚନା ମିଳିଛି ।ପ୍ରଥମେ ସେମାଙ୍କୁ ଡ଼ାବୁଗାଁ ଥାନାକୁ ଅଣା ଗଲା ଏବଂ ପରେ ନବରଙ୍ଗପୁର କୁ ସ୍ଥାନାନ୍ତରତ କରାଗଲା। ଏବିଷୟରେ ନବରଙ୍ଗପୁର SP ସୂଚନା ଦେବା ପରେ ଆସନ୍ତା କାଲି ପ୍ରେସମିଟି ମାଧ୍ୟମରେ ସମ୍ପୂର୍ଣ୍ଣ ସୂଚନା ଦେବେ ବଳି ନିଜ ପ୍ରତିକ୍ରିୟାରେ କହିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!