ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ରାଞ୍ଚି,୩୧ା୧:ଗିରଫ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରୁ ଇଡି ହେମନ୍ତଙ୍କୁ ଗିରଫ କରିଛି । ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୭ ଘଣ୍ଟାର ପଚରାଉଚରା ପରେ ଇଡି ଟିମ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଟକ ରଖିଛି। ଇଡିର ପଚରାଉଚରା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ ଏବଂ ଏହା ପରେ ସେ ଇସ୍ତଫା ଦେଇଥିଲେ।ସେପଟେ ଝାଡଖଣ୍ଡର ଶାସକ ଦଳର ବିଧାୟକମାନେ ରାଜଭବନରେ ପହଞ୍ଚିଛନ୍ତି । ଶାସକ ଦଳର ସମସ୍ତ ବିଧାୟକ ଚମ୍ପାଇ ସୋରେନଙ୍କୁ ନିଜର ନେତା ଭାବେ ନିର୍ବାଚିତ କରିଛନ୍ତି। ଏଭଳି ସ୍ଥିତିରେ ଚମ୍ପାଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଇଡି ଟିମ୍ ହେମନ୍ତ ସୋରେନଙ୍କୁ ସିଏମ ହାଉସରେ ପ୍ରାୟ ୭ ଘଣ୍ଟା ଧରି ପଚରାଉଚରା କରିଛି । ହେମନ୍ତ ସୋରେନଗିରଫ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଜଭବନ, ବିଜେପି କାର୍ଯ୍ୟାଳୟ ସମେତ ରାଞ୍ଚିର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି।ପଚରାଉଚରାରେ ଇଡି ଅଧିକାରୀ ହେମନ୍ତ ସୋରେନଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି। ହେମନ୍ତ ସୋରେନ୍ ଏପର୍ଯ୍ୟନ୍ତ ପଚରାଉଚରାରେ କେବଳ ନକାରାତ୍ମକ ଉତ୍ତର ଦେଇଛନ୍ତି। ଇଡି ଅଧିକାରୀମାନେ ହେମନ୍ତ ସୋରେନଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚାରିଛନ୍ତି। ହେମନ୍ତ ସୋରେନ୍ ଅନେକ ପ୍ରଶ୍ନ ଶୁଣିବା ପରେ ଇଡି ଅଧିକାରୀଙ୍କ ଉପରେ ବର୍ଷିଥିଲେ। ସେପଟେ ରାଞ୍ଚିର ଅନେକ ଅଞ୍ଚଳରେ ୧୪୪ ଧାରା ଜାରି ରହିଛି । ସିଏମ୍ ହାଉସ୍ ବାହାରେ ମଧ୍ୟ ସୁରକ୍ଷା ବଢ଼ାଇ ଦିଆଯାଇଥିବା ବେଳେ ମିକିଂ ମଧ୍ୟ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!