ଭୁବନେଶ୍ୱର,୧।୨:ଖଣ୍ଡଗିରି ବାରି ଅଞ୍ଚଳର ନିଖୋଜ ଦୁଇ ସ୍କୁଲ ଛାତ୍ରୀ ଠାବ ହୋଇଛନ୍ତି।ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଦୁଇ ସ୍କୁଲ ଛାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ। ଘାଟିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳର ଦୁଇ ଛାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି। ଗତକାଲି ସ୍କୁଲ ଯାଇ ଦୁହେଁ ଆଉ ଘରକୁ ପେରି ନଥିଲେ । ସ୍କୁଲ ଛୁଟି ପରେ ଘରକୁ ଫେରିବା ବାଟରୁ ସେମାନେ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଛି| ଭରତପୁର ଥାନା ପୁଲିସ ଦୁଇ ଛାତ୍ରୀଙ୍କୁ ପୁରୀରୁ ଠାବ କରିଥିବା ସୂଚନା ମିଳିଛି। ପୁଲିସ ଦୁଇ ଜଣଙ୍କୁ ଠାବ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନା ଅନୁସାରେ ବୁଧବାର ଦୁଇ ଛାତ୍ରୀ ଘାଟିକିଆ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ । ହେଲେ ଅପରାହ୍ନ ୪ଟାବେଳେ ସ୍କୁଲ ଛୁଟି ହେବା ପରେ ଘରକୁ ନଫେରି କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ । ଏ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଭରତପୁର ପୁଲିସ ଛାନଭିନ୍ ଜାରି ରଖିଥିଲା। ଗୁରୁବାର ପୁରୀରୁ ପୁଲିସ ଉଭୟ ନିଖୋଜ ଛାତ୍ରୀଙ୍କୁ ଠାବ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |