ନୂଆଦିଲ୍ଲୀ,୧।୨: ସଂସଦରେ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ ପୂର୍ବରୁ ବସିଥିଲା କ୍ୟାବିନେଟ୍ ବୈଠକ। ସଂସଦ ଭବନରେ ସକାଳ ୧୦ଟା ବେଳେ ଏହି ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କାମଚଳା ବା ଅନ୍ତରୀଣ ବଜେଟକୁ ମିଳିଥିଲା ମଞ୍ଜୁରୀ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ତାଙ୍କ ସହିତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଭାଗବତ କିଶନରାଓ କରାଡ ଏବଂ ଅର୍ଥ ସଚିବ ଟିଭି ସୋମନାଥନ ପ୍ରମୁଖ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ପରମ୍ପରା ଅନୁଯାୟୀ, ବଜେଟ ଆଗତ କରିବା ପାଇଁ ସଂସଦକୁ ଯିବା ପୂର୍ବରୁ ଅର୍ଥ ମନ୍ତ୍ରୀ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏହା ହେଉଛି ନିର୍ମଳା ସୀତାରମଣଙ୍କ ପଞ୍ଚମ ବଜେଟ୍ ଉପସ୍ଥାପନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |