ମଧ୍ୟବିତ୍ତ ଶ୍ରେଣୀଙ୍କୁ ପକ୍କା ଘର-ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ୨୦୨୪-୨୫ରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଗୃହ ଯୋଜନା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଗୁରୁବାର ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ନିଜ ପାଇଁ ଘର ନିର୍ମାଣ କିମ୍ବା କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଗରିବ ଲୋକଙ୍କୁ ଘର କିଣିବା ଓ ଘର ତିଆରି କରିବା ଲାଗି ଆର୍ଥିକ ସହାୟତା ଯୋଗାଇଦେବେ । ସେ କହିଛନ୍ତି ମଧ୍ୟମ ବର୍ଗଙ୍କ ଲାଗି ଓ ଝୁମ୍ପୁଡି ଓ ଚାଳ ଘରେ ରହୁଥିବା ଲୋକଙ୍କ ଲାଗି ଘର କିଣିବା ଓ ତିଆରି କରିବା ଲାଗି ସରକାର ସହାୟତା ପ୍ରଦାନ କରିବେ । ଏଥିପାଇଁ ସରକାର ସ୍ୱତନ୍ତ୍ର ଯୋଜନା ଆଣିବେ । ସେ କହିଛନ୍ତି ଯେଉଁମାନେ ଘର ଭଡା ନେଇ ରହୁଛନ୍ତି ସେମାନଙ୍କୁ ଏହି ଯୋଜନାରେ ବଡ ଫାଇଦା ମିଳିବ । ଏହାସହିତ ଯେଉଁମାନେ ଅନଧିକୃତ କଲୋନୀରେ ରହୁଛନ୍ତି ସେମାନଙ୍କୁ ଘର କିଣିବା ଓ ତିଆରି କରିବା ଲାଗି ସହାୟତା ପ୍ରଦାନ କରାଯିବ ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି । ୨୦୧୪ରେ ଦେଶକୁ ସବୁ ଦିଗରୁ ବିଭିନ୍ନ ପ୍ରକାର ଆହ୍ୱାନର ସାମ୍ନା କରିବାକୁ ପଡିଥିଲା । ସରକାର ଆଜି ସେହିସବୁ ଆହ୍ୱାନ ଉପରେ ବିଜୟ ପ୍ରାପ୍ତି କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଆମକୁ ଗରିବ, ମହିଳା, ଯୁବ ଗୋଷ୍ଠୀ ଓ କୃଷକଙ୍କ ଉପରେ ଫୋକସ କରିବାର ଆବଶ୍ୟକତା ରହିଛି । ସେମାନଙ୍କ ଆବଶ୍ୟକତା, ସେମାନଙ୍କ ବିକାଶ ଆମର ସବୁଠାରୁ ବଡ ପ୍ରାଥମିକତା । ଏହି ୪ ବର୍ଗଙ୍କୁ ସରକାରଙ୍କ ସମର୍ଥନର ଆବଶ୍ୟକତା ରହିଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି ।୧ କୋଟି ଘରକୁ ୩ ଶହ ୟୁନିଟ୍  ମାଗଣା ବିଜୁଳି ଯୋଗାଇ ଦିଆଯିବ । ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭିକାଲ କ୍ୟାନ୍ସର ଟିକା ଦିଆଯିବ ।  ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ । ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଆୟୁଷ୍ମାନ୍ ଭାରତ ଯୋଜନାରେ ସାମିଲ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!