ନୂଆଦିଲ୍ଲୀ,୧।୨: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଅନ୍ତରୀଣ ବଜେଟ୍ରେ ଇନକମ୍ ଟ୍ୟାକ୍ସରେ କୌଣସି ପରିବର୍ତ୍ତନ କରିନାହାନ୍ତି । ସେ କହିଛନ୍ତି ବହୁ ପୁରୁଣା ଟ୍ୟାକ୍ସ ମାମଲାକୁ ସରକାର ହଟାଇ ନେବେ । ସେ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ଟିକସ ସଂଗ୍ରହ ହାର ୨ ଗୁଣ ବଢିଛି । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ରାଜସ୍ୱ କ୍ଷତି ବଜେଟ୍ ଅନୁମାନର ୫.୯% ତୁଳନାରେ ୫.୮% ରଖାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ରପ୍ତାନୀ କର ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ କ୍ଷେତ୍ରରେ ପୂର୍ବ ଟିକସ ହାର ହିଁ ଅପରିବର୍ତ୍ତିତ ରହିବ ।ଏବେ ଦୁଇ ପ୍ରକାର ଟ୍ୟାକ୍ସ ରିଜିମ୍ ଲାଗୁ ହେଉଛି । ପୁରୁଣା ଟ୍ୟାକ୍ସ ରିଜିମ ଓ ନୂଆ ଟ୍ୟାକ୍ସ ରିଜିମ୍ । ନୂଆ ଟିକସ ରିଜିମରେ ୩ ଟଙ୍କ ପର୍ଯ୍ୟନ୍ତ ବାର୍ଷିକ ଆୟ କ୍ଷେତ୍ରରେ କୌଣସି ଟିକସ ଭରିବାକୁ ପଡିବ ନାହିଁ । କିନ୍ତୁ ପୁରୁଣା ଟ୍ୟାକ୍ସ ରିଜିମ୍ରେ ୨.୫ରୁ ୩ ଲକ୍ଷ ଆୟ ପର୍ଯ୍ୟନ୍ତ ୫% ପର୍ଯ୍ୟନ୍ତ ଟ୍ୟାକ୍ସ ଭରିବାକୁ ପଡିଥାଏ । ସେହିପରି ୩ରୁ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କ୍ଷେତ୍ରରେ ପୁରୁଣା ଓ ନୂଆ ଉଭୟ ରିଜିମ୍ରେ ୫% ପର୍ଯ୍ୟନ୍ତ ଟିକସ ଭରିବାକୁ ହୋଇଥାଏ ।୫ରୁ ୬ ଲକ୍ଷ ଆୟ କ୍ଷେତ୍ରରେ ନୂଆ ରିଜିମ୍ରେ ୫% ଓ ପୁରୁଣାରେ ୨୦% ଟିକସ ଦେବାକୁ ହୋଇଥାଏ । ସେହିପରି ୬ରୁ ୯ ଲକ୍ଷ ଆୟ କ୍ଷେତ୍ରରେ ନୂଆ ରିଜିମ୍ରେ ୧୦% ଓ ପୁରୁଣାରେ ୨୦% ଟିକସ ଦେବାକୁ ପଡିଥାଏ । ୯ରୁ ୧୦ ଲକ୍ଷ ଆୟ କ୍ଷେତ୍ରରେ ନୂଆ ରିଜିମରେ ୧୫% ଓ ପୁରୁଣାରେ ୨୦%, ୧୦ରୁ ୧୨ ଲକ୍ଷ ଆୟ କ୍ଷେତ୍ରରେ ଯଥାକ୍ରମେ ୧୫% ଓ ୩୦% ଟିକସ ଦେବାକୁ ପଡିଥାଏ । ୧୨ରୁ ୧୫ ଲକ୍ଷ ଆୟ କ୍ଷେତ୍ରରେ ନୂଆ ରିଜିମ୍ରେ ୨୦% ଓ ପୁରୁଣା ରିଜିମରେ ୩୦%, ୧୫ ଲକ୍ଷ ଆୟ କ୍ଷେତ୍ରରେ ନୂଆ ରିଜିିମରେ୩୦% ଓ ପୁରୁଣା ରିଜିମରେ ୩୦%ଟିକସ ଦେବାକୁ ପଡିଥାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |