ନୂଆଦିଲ୍ଲୀ,୧।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ ସମୟରେ କହିଛନ୍ତି ମୋଦୀ ସରକାର ଲକ୍ଷପତି ଦିଦି ଯୋଜନା ଜରିଆରେ ମହିଳା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରି ୨ କୋଟିରୁ ୩ କୋଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ଦେଶରେ ୩ କୋଟି ମହିଳା ସରକାରଙ୍କ ‘ଲକ୍ଷପତି ଦିଦି ଯୋଜନା’ର ଲାଭ ପାଇବେ। ଏଥିପାଇଁ ସରକାର ବଜେଟରେ ଆବଣ୍ଟନ ମଧ୍ୟ ବୃଦ୍ଧି କରିବେ। ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଅଭିଭାଷଣରେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧କୋଟି ମହିଳା ‘ଲକ୍ଷ୍ମୀ ଦିଦି ଯୋଜନା’ର ଲାଭ ପାଇଛନ୍ତି। ପ୍ରାରମ୍ଭରେ ଏହି ଲକ୍ଷ୍ୟ ୨ କୋଟି ମହିଳାଙ୍କ ନିକଟରେ ପହଞ୍ଚିବାକୁ ସ୍ଥିର ହୋଇଥିଲା। ଯାହାକୁ ବର୍ତ୍ତମାନ ୩ କୋଟି ବୃଦ୍ଧି କରାଯାଇଛି। ଯେଉଁ ପରିବାର ବାର୍ଷିକ ଆୟ ୧ ଲକ୍ଷ ଟଙ୍କା, ସେମାନଙ୍କୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି।ଏହି ଯୋଜନା ଅଧୀନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସରକାର ଅନେକ ପ୍ରକାରର ଦକ୍ଷତା ତାଲିମ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଯାହା ସେମାନଙ୍କୁ ଲକ୍ଷପତି କରିବାରେ ସାହାଯ୍ୟ କରିବ। ଏହି ଯୋଜନା ଅଧୀନରେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏଲଇଡି ବଲ୍, ପ୍ଲମ୍ବିଂ, ଡ୍ରୋନ ମରାମତି ଇତ୍ୟାଦି ବୈଷୟିକ କାର୍ଯ୍ୟ ଶିଖାଇ ଆତ୍ମନିର୍ଭରଶୀଳ କରାଯିବ।ଏହି କ୍ରମରେ ଅର୍ଥମନ୍ତ୍ରୀ ସମସ୍ତ ଆଶା କର୍ମୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଓ ସହାୟିକାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |