ଆଇପିଏସ୍‌‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୧।୨:୧୯୮୯ ମସିହା ବ୍ୟାଚର ବରିଷ୍ଠ ଆଇପିଏସ୍‌‌ ବି. ରାଧିକା ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଶ୍ରୀମତୀ ରାଧିକା ଆସନ୍ତା ଜୁଲାଇ ମାସରେ ଅବସର ଗ୍ରହଣ କରିଥାନ୍ତେ; ମାତ୍ର ଏହାର ୬ ମାସ ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ଶ୍ରୀମତୀ ରାଧିକା ସମ୍ପ୍ରତି ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ସହ ଏସ୍‌ଏଫ୍‌ଏସ୍‌ଏଲ୍‌(ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଗତ ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧୧ ତାରିଖରେ ସେ ସେବା ନିବୃତ୍ତ ହେବା ନିମନ୍ତେ କରିଥିବା ଅନୁରୋଧ ଆଧାରରେ ସରକାର ଏଥିଲାଗି ଅନୁମତି ପ୍ରଦାନ କରିଛନ୍ତି।ଅନ୍ୟପକ୍ଷରେ ବୁଧବାର ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌‌ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୯୯୮ ବ୍ୟାଚର ଆଇପିଏସ୍‌‌ ଦୟାଲ ଗଙ୍ଗୱାରଙ୍କୁ ପୁଲିସ ଆଧୁନିକୀକରଣର ଏଡିଜି ରୂପେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଗଙ୍ଗୱାର ସମ୍ପ୍ରତି ରେଳବାଇ ଏବଂ ଉପକୂଳ ସୁରକ୍ଷାର ଏଡିଜି ରୂପେ କାର୍ଯ୍ୟ କରୁଛନ୍ତି। ଅନୁରୂପ ଭାବରେ ୧୯୯୮ ବ୍ୟାଚର ଆଇପିଏସ ତଥା ପୁଲିସ ଆଧୁନିକୀକରଣ ଏଡିଜି ରାଜେଶ କୁମାରଙ୍କୁ ରେଳବାଇ ଏବଂ ଉପକୂଳ ସୁରକ୍ଷାର ଏଡିଜି ଦାୟିତ୍ୱ ପ୍ରଦାନ କରାଯାଇଛି।ଏହା ସହ ସେ ଏସଏଫଏସଏଲ(ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ସେହିପରି ୨୦୦୭ ବ୍ୟାଚ୍‌ ଆଇପିଏସ୍‌‌ ଅଶ୍ୱିନୀ କୁମାରଙ୍କୁ ଭୁବନେଶ୍ୱର-କଟକ ଦ୍ୱୈତନଗରୀର ଅତିରିକ୍ତ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ପୂର୍ବରୁ ସେ ସ୍ପେଶାଲ ଆର୍ମଡ ଫୋର୍ସ(ଏସ୍‌ଏପି)ର ଡିଆଇଜି ଭାବେ କାର୍ଯ୍ୟରତ ଥିଲେ। ଏହାବ୍ୟତୀତ ୨୦୦୯ ବ୍ୟାଚ୍‌‌ ଆଇପିଏସ୍‌‌ ବ୍ରିଜେଶ କୁମାର ରାୟଙ୍କୁ ଗୁଇନ୍ଦା(ସିକ୍ୟୁରିଟି ୱିଙ୍ଗ)ର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି। ସମ୍ପ୍ରତି ଶ୍ରୀ ରାୟ ଭୁବନେଶ୍ୱର-କଟକ ଦ୍ୱୈତନଗରୀର ଅତିରିକ୍ତ ପୁଲିସ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!