ପୁରୀ,୨।୨:ଶ୍ରୀକ୍ଷେତ୍ର ଗଲା ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ। ନିକଟରେ ଜିଆଇ ଟ୍ୟାଗ୍ ହାସଲ କରିଥିବା କୋରାପୁଟ ଜିଲ୍ଲାରେ ଉତ୍ପାଦିତ କଳାଜିରା ଚାଉଳକୁ ପୁରୀ ଜଗନ୍ନାଥ ମନ୍ଦିରରେ ଭୋଗ ଲାଗି ପାଇଁ ପଠାଯାଇଛି। କୋରାପୁଟର କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ ଜରାଯାଏ।ଏହାକୁ ଜଗନ୍ନାଥ ମନ୍ଦିର ପ୍ରାସାଦରେ ବ୍ୟବହାର ପାଇଁ ୧୨ ଜଣିଆ ଦଳ ମହାପ୍ରଭୁଙ୍କ ପାଖରେ ଅର୍ପଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।କୋରାପୁଟ ଜଗନ୍ନାଥ ମନ୍ଦିର ଠାରୁ ୧ କୁଇଣ୍ଟାଲ ଚାଉଳ ପୁରୀ ଅଭିମୁଖେ ପଠାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |